ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ, କପାବାଡ଼ରୁ ମିଳିଲା ମୃତଦେହ

ଗୁଣପୁର,୦୪/୦୯: ଆଖି ବୁଜିଲା ଆଉ ଏକ ହାତୀ । ବୁଧବାର ଭୋର ସମୟରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ପ୍ରାଣ ହରାଇଛି  । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପାପୁର ଫୁଲପୁଟି ରାସ୍ତାର ପୋଲ ନିକଟସ୍ଥ କପାବାଡ଼ରେ ଏଭଳି ଘଟଣା ଘଟିଛି  ।

ସୂଚନା ଅନୁଯାୟୀ, ଗତବର୍ଷ ୬ଟି ହାତୀ ଜଙ୍ଗଲରୁ ଆସି ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲି ଆନ୍ଧ୍ରକୁ ଚାଲି ଯାଇଥିଲେ । ସେଠାରେ ଏହି ୬ଟି ହାତୀ ପଲ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ । ଦୁଇଟି ହାତୀ ଗୁଣପୁର ଅଞ୍ଚଳକୁ ଫେରିଥିବା ବେଳେ ଚାରୋଟି ହାତୀ ଆନ୍ଧ୍ରରେ ରହିଥିଲେ । ପରେ ଆନ୍ଧ୍ରର କାଟରଗାଡାରେ ବିଦ୍ୟୁତ ଆଘାତରେ ଆସି ଚାରୋଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଗୁଣପୁର ଫେରିଥିବା ଦୁଇଟି ହାତୀ ମଧ୍ୟ ଅନେକ ଥର ବାଟବଣା ହୋଇଥିଲେ । ଏହି ଦୁଇ ହାତୀ ଦୁଇଆଡ଼େ ଚାଲିଯାଇ ପୁଣି ଏକାଠି ହେଉଥିଲେ । ଏହି ଦୁଇଟି ହାତୀ ତାଙ୍କ ସାଥି ମାନଙ୍କୁ ହରାଇ ଫୁଲପୁଟି ତାରମାଳ ଅଞ୍ଚଳରେ ଦୀର୍ଘ ଦିନ ଧରି ଘୁରି ବୁଲୁଥିଲେ । ଶେଷରେ ବୁଧବାର ଭୋରୁ ମାଈ ହାତୀର ମୃତ୍ୟୁ ହେବାପରେ ଆଉ ଗୋଟିଏ ଅଣ୍ଡିରା ହାତୀ ହିଁ ବଳକା ରହିଛି । ହାତୀଟିର ମୃତଦେହ ଫୁଲପୁଟି ରାସ୍ତାର ପୋଲ ନିକଟସ୍ଥ କପାବାଡ଼ରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ ମାଇହାତୀଟି ଗର୍ଭବତୀ ଥିବା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ହିଁ ସଠିକ କଥା ଜଣାପଡ଼ିବ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.