ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ରାଜଧାନୀ ପୁଣି ରକ୍ତରଞ୍ଜିତ: ଦୁଇ ସାଙ୍ଗଙ୍କୁ ଛୁରି ଭୁସି ମାରିଲେ ଦୁର୍ବୃତ୍ତ,୪ ଅଟକ, ମୁଖ୍ୟ ଅଭିଯୁକ୍ତ ସହ ୫ ଫେରାର

ଭୁବନେଶ୍ୱର,୦୮/୦୮: କିଛି ଦିନ ପରେ ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଏୟାରଫିଲ୍ଡ  ଥାନା ଅଧୀନ କୁହା ଅଞ୍ଚଳରେ ୨ ସାଙ୍ଗଙ୍କୁ ଛୁରି  ଭୁସି ହତ୍ୟା କରାଯାଇଛି । ଆପାର୍ଟମେଣ୍ଟରେ ଗାଡ଼ି  ପାର୍କିଂକୁ କେନ୍ଦ୍ର କରି ଉକ୍ତ କୁହା ଗାଁର ୧୦ରୁ ଅଧିକ  ଯୁବକ ଏଭଳି କାଣ୍ଡ ଭିଆଇଛନ୍ତି ।   

ମୃତ ଯୁବକ ଦ୍ୱୟ ହେଲେ କୁହା ଗାଁ  ସେଠୀ ସାହିର ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ  ଓ ତାଙ୍କ ସାଙ୍ଗ କେନ୍ଦ୍ରାପଡ଼ା ରାଜନଗର ଥାନା  ଅଧୀନ ଜରିମୂଳର ସମ୍ବିତ୍‌ ରାଉତ ଓରଫ ଜୁଲୁ ।  କୁହା ଗାଁ ମଲ୍ଲିକ ସାହିର ଗଣେଶ ମଲ୍ଳିକ, ପ୍ରଦୀପ  ମଲ୍ଲିକ ଏହି ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ଏୟାରଫିଲ୍ଡ ଥାନା ପୁଲିସ୍‌ ଗଣେଶର ପତ୍ନୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି । ସ୍ପେଶାଲ  ସ୍କ୍ୱାଡ୍‌ ୨ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୫ଜଣଙ୍କୁ  ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।  

ପୁଲିସ ସୂଚନା ମୁତାବକ, କୁହା ଗାଁରେ  ମଲ୍ଳିକ ସାହି ଓ ସେଠୀ ସାହି ପାଖାପାଖି ଅଛି । ୨ ସାହି ବାସିନ୍ଦାଙ୍କ ଭିତରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗିରହିଛି । ପତିଆରା ଦେଖାଇବା ହିଁ ଏହି  ଶତ୍ରୁତାର ମୂଳ କାରଣ । ଜିତୁ ଓ ଜୁଲୁ ଉଭୟେ  ଉକ୍ତ ଗାଁରେ ନିକଟସ୍ଥ କଲ୍ୟାଣି ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟର ଚତୁର୍ଥ ମହଲାର ଏକ ଫ୍ଲାଟ୍‌ରେ  ଭଡ଼ାସୂତ୍ରରେ ରହୁଥିଲେ । ଉକ୍ତ ଆପାର୍ଟମେଣ୍ଟକୁ  ଲାଗି ଉଭୟଙ୍କର ଏକ ଚିକେନ କାଉଣ୍ଟର ଅଛି ।  ଆପାର୍ଟମେଣ୍ଟ ବାସିନ୍ଦା ହେତୁ ଜିତୁ ତାଙ୍କ କାର୍‌କୁ  ସବୁବେଳେ ପାର୍କିଂସ୍ଥଳରେ ରଖୁଥିଲେ ।  

ଅନ୍ୟପଟେ ଉକ୍ତ ଆପାର୍ଟମେଣ୍ଟର ଅଂଶୀଦାର  ଥିବା ଗଣେଶ ସପ୍ତାହେ ତଳେ ଆପାର୍ଟମେଣ୍ଟ  ରକ୍ଷଣାବେକ୍ଷଣ ଦାୟିତ୍ୱ ମୁଣ୍ଡାଇଥିଲା । ସେବେଠୁ  ଗଣେଶ ଓ ଜୁଲୁଙ୍କ ଭିତରେ କାର ପାର୍କିଂକୁ ନେଇ  ଏକାଧିକ ଥର ଯୁକ୍ତିତର୍କ ହୋଇଥିଲା । ହାତାହାତି  ଯାଏଁ କଥା ଯାଇଥିଲା । ଧୀରେ ଧୀରେ ଏହି ପାର୍କିଂ  ଝଗଡ଼ା ୨ ସାହି ଭିତରେ ଖେଳିଗଲା । ଯାହାକୁ  ନେଇ ଉଭୟ ସାହିର ବାସିନ୍ଦାଙ୍କ ଭିତରେ ଚାପା  ଉତ୍ତେଜନା ଲାଗି ରହିଥିଲା ।  ବୁଧବାର ସନ୍ଧ୍ୟାରେ ଜିତୁ ତାଙ୍କ କାର  ଆପାର୍ଟମେଣ୍ଟ ଗେଟ୍‌ ସାମ୍ନାରେ ରଖିଥିଲେ ।  ଯାହାକୁ ଦେଖିବା ପରେ ଗଣେଶ ରାଗ ତମତମ  ହୋଇ ମଲ୍ଲିକ ସାହି ଆଡ଼େ ମାଡି଼ ଯାଇଥିଲା ।  

ପ୍ରଦୀପ ଓ ଅନ୍ୟ ସହଯୋଗୀଙ୍କୁ ଏକାଠି କରି  ରାତି ପ୍ରାୟ ସାଢ଼େ ୯ଟା ବେଳେ ଚିକେନ କାଉଣ୍ଟର  ଆଡ଼କୁ ମାଡି଼ ଆସିଥିଲେ । ସେତେବେଳେ ଜିତୁ  ଓ ଜୁଲୁ ଚିକେନ କାଉଣ୍ଟର ବନ୍ଦ କରୁଥିଲେ ।  ଗାଡି଼ ପାର୍କିଂକୁ କେନ୍ଦ୍ର କରି ପୁଣି ବଚସା ଆରମ୍ଭ  ହେଲା । ଆପାର୍ଟମେଣ୍ଟ ବାସିନ୍ଦା ହେତୁ ଯେଉଁଠି  ଚାହିଁବେ, ସେଇଠି କାର ରଖିବେ ବୋଲି କହି  ଜିତୁ ଯୁକ୍ତି କରିଥିଲେ । ଗଣେଶ ପ୍ରଥମେ ଉତ୍‌କ୍ଷିପ୍ତ  ହୋଇ ୨ ଜଣଙ୍କୁ ପିଟିବାକୁ ଲାଗିଲା । ଅନ୍ୟ  ଆକ୍ରମଣକାରୀମାନେ ସଂଘବଦ୍ଧ ହୋଇ ଉଭୟଙ୍କ  ଉପରେ ଝାମ୍ପି ପଡ଼ିଥିଲେ । ଚିକେନ କାଉଣ୍ଟରରୁ ଚାପଡ଼ ଉଠାଇ ନେଇ ୨ଜଣଙ୍କୁ ଭୁସିବାକୁ ଲାଗିଲେ ।  ଘଟଣାସ୍ଥଳରେ ଚାପଡ଼ ଦେଖାଇ ଅନ୍ୟ ଲୋକଙ୍କୁ  ଭୟଭୀତ କରିଥିଲେ ।ଖବର ପାଇ ସେଠୀ ସାହିରୁ ଲୋକମାନେ ଧାଇଁ ଆସିବାରୁ  ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ ।  

ଜିତୁଙ୍କ ଛାତିରେ ଖୁବ୍‌ ଜୋର୍‌ରେ ଛୁରି ଭୁସା ଯାଇବାରୁ  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଜୁଲୁଙ୍କୁ ଗୁରୁତର  ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ । ଡିସିପି ପ୍ରତୀକ ସିଂ, ଜୋନ୍‌-୨  ଏସିପି କେ ସି ପଲେଇ, ଥାନା ଅଧିକାରୀ ଶଶୀକାନ୍ତ ରାଉତ,  ଏୟାରପୋର୍ଟ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ । ଉତ୍ତ୍ୟକ୍ତ  ଲୋକଙ୍କୁ ବୁଝାସୁଝା କରାଇ ଶାନ୍ତ କରିଥିଲେ । ଘଟଣାସ୍ଥଳରୁ  ପୁଲିସ ୩ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା । 

ଅନ୍ୟପଟେ ଗଣେଶଙ୍କ ସ୍ତ୍ରୀ ପାଲଟା ଭାବେ ବଳାତ୍କାର ନାଁରେ  ମିଛ ଅଭିଯୋଗ ଦେବା ପାଇଁ ତରବର ହୋଇ ଥାନାକୁ ଧାଇଁ  ଯାଇଥିଲେ । କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ଥାନାକୁ ଆସି ହୋ  ହଲ୍ଲା କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଛି । ସ୍ପେଶାଲ ସ୍କ୍ୱାଡ୍‌  ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଶିଶୁପାଳଗଡ଼ ସମେତ ଅନ୍ୟାନ୍ୟ  ଜାଗାରେ ଚଢ଼ାଉ ଜାରି ରଖିଛି ।  

ଜିତୁଙ୍କ ବାପା ଭୂପେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ଗଣେଷ  ଓ ପ୍ରଦୀପ ହିଁ ତାଙ୍କ ପୁଅକୁ ମାରିଛନ୍ତି । ୨ଜଣ ଉକ୍ତ ଅଞ୍ଚଳରେ  ଦୀର୍ଘଦିନ ଧରି ଆତଙ୍କ ଖେଳାଉଥିଲେ । ସେମାନେ ଅନେକ  ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ । ଡିସିପି ଶ୍ରୀ ସିଂ କହିଛନ୍ତି,  ଏନେଇ ଏକ ଭିଡ଼ ହତ୍ୟା ମାମଲା ରୁଜୁ କରାଯାଇଛି ।  ଘଟଣାସ୍ଥଳରୁ ପ୍ରମାଣପତ୍ର ସଂଗ୍ରହ କରାଯାଇଛି । ସିସି କ୍ୟାମେରା  ବି ଯାଞ୍ଚ ହୋଇଛି । ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଗାଁରେ  ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.