ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସନ୍ଧ୍ୟାରେ କରନ୍ତୁନି ଏହିସବୁ କାମ, ଧନ ହାନି ହେବା ସହ ଭୋଗିବାକୁ ପଡ଼ିପାରେ କୁପରିଣାମ

Published By : Prameya | May 13, 2024 9:12 AM

ଭୁବନେଶ୍ୱର ୧୩/୦୫: ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ସମୟ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଯେକୌଣସି କାର୍ଯ୍ୟର ଭଲ ପରିଣାମ ପାଇବା ଲାଗି ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ନିର୍ଦ୍ଧାରିତ କରାଯାଇଛି । ସେହିପରି ଭୁଲ୍‌ ସମୟରେ କରାଯାଉଥିବା କାମ ସଫଳ ହୋଇପାରିନଥାଏ ବୋଲି କୁହାଯାଇଛି । ଉଦାହରଣ ସ୍ୱରୂପ ସୂର୍ଯ୍ୟାସ୍ତ ସମୟରେ ଶାସ୍ତ୍ର କେତେକ କର୍ମ ନକରିବା ଲାଗି ଆମକୁ ପରାମର୍ଶ ଦେଇଛନ୍ତି, ନଚେତ ଏହାର କୁପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସତର୍କ କରାଇଦିଆଯାଇଛି । ସନ୍ଧ୍ୟାରେ ବର୍ଜିତ କର୍ମଗୁଡ଼ିକ ହେଲା-

- ସନ୍ଧ୍ୟାରେ କାହାକୁ ବି କ୍ଷୀର, ଦହି ଦିଅନ୍ତୁ ନାହିଁ । କାରଣ ଏହାର ସମ୍ପର୍କ ମା’ ଲକ୍ଷ୍ମୀ ଏବଂ ଶୁକ୍ର ଗ୍ରହଙ୍କ ସହିତ ରହିଛି । ସନ୍ଧ୍ୟାରେ ଦହି, କ୍ଷୀର ଅନ୍ୟକୁ ଦେଲେ ଘରର ସୁଖଶାନ୍ତି ତଥା ଧନ ସମ୍ପତ୍ତି ହାନି ଘଟେ । 

- ସୂର୍ଯ୍ୟାସ୍ତ ସମୟରେ ଅନ୍ୟକୁ ହଳଦୀ ଦେବା ଲାଗି ବାରଣ ରହିଛି । ହଳଦୀର ସମ୍ପର୍କ ଭଗବାନ୍‌ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କ ସହ ରହିଛି । ସନ୍ଧ୍ୟାରେ ହଳଦୀ ଦେବା ଦ୍ୱାରା ବିଷ୍ଣୁ କୃପାରୁ ବଂଚିତ ହେବା ସହିତ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୁଏ ।  

- ଲୁଣ ଏବଂ ଧାରୁଆ ଅସ୍ତ୍ର ସନ୍ଧ୍ୟାରେ ଅନ୍ୟକୁ ଦେବା ଅନୁଚିତ । ଏହା ଦ୍ୱାରା ଜୀବନରେ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।  

- ସୂର୍ଯ୍ୟାସ୍ତ ପୂର୍ବରୁ ଘରେ ଝାଡ଼ୁ ଲଗାଇବା ଉଚିତ । ଝାଡ଼ୁର ସମ୍ପର୍କ ମା’ ଲକ୍ଷ୍ମୀଙ୍କ ସହିତ ରହିଥିବା ଅନେକ ଜାଣିଥିବେ । ସନ୍ଧ୍ୟା ସମୟରେ ମା’ ଗୃହ ପ୍ରବେଶ କରୁଥିବାରୁ ଝାଡ଼ୁ ମାରିବା ଅନୁଚିତ । ଯଦି ଏପରି କରନ୍ତି ତେବେ ଘରକୁ ଆସୁଥିବା ଲକ୍ଷ୍ମୀ ଫେରିଯାଇଥାନ୍ତି ।

- ସନ୍ଧ୍ୟା ସମୟରେ ଘର ସମ୍ମୁଖ ଦ୍ୱାର କେବେହେଁ ଅନ୍ଧକାରମୟ ରଖନ୍ତୁ ନାହିଁ । ଦୀପ ଜାଳି ଅବା ବିଦ୍ୟୁତ୍‌ ଆଲୋକରେ ଏହାକୁ ଉଜ୍ଜ୍ୱଳ ରଖିବା ନିହାତି ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.