ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କାଶୀପୁରରେ ବ୍ୟାପିଛି ‘ଡିପ୍‌ଥେରିଆ’, ଆକ୍ରାନ୍ତଙ୍କୁ ଦିଆଗଲା ଇଞ୍ଜେକ୍ସନ

ରାୟଗଡ଼ା,୧୭/୦୬: ଯାହା ସନ୍ଦେହ କରାଯାଉଥିଲା ସେଇୟା ହେଲା । କାଶୀପୁରର ମୁନୁଷପଦର ଗାଁରେ ବ୍ୟାପିଛି ଡିପ୍‌ଥେରିଆ । ନମୁନା ପରୀକ୍ଷା ପରେ ରବିବାର ଏହା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ୬୦ଟି ଆଣ୍ଟି ଟକ୍ସିନ ଇଞ୍ଜେକ୍ସନ ପହଞ୍ଚିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜରିଆରେ ଏଠାକାର ଆକ୍ରାନ୍ତମାନଙ୍କୁ ୩୦ଟି ଦିଆଯାଇଛି ।  ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ କେତେକ  ରୋଗୀ ଚିକିତ୍ସାଧୀନ ଥିବାରୁ ସେଠାକୁ ଅନ୍ୟ ୩୦ଟି  ଇଞ୍ଜେକ୍ସନ ପଠାଯାଇଛି । ଚିକିତ୍ସାଧୀନ ସମସ୍ତ ରୋଗୀଙ୍କୁ  ଇଞ୍ଜେକ୍ସନ ପ୍ରଦାନ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।  

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ସ୍ଥିତି ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଜାରି ରଖିଛି । ମୁନୁଷପଦର ଗାଁରେ  ଆଉ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହିଁ । ସିଡିଏମ୍‌ଓ ଡାକ୍ତର  ଲାଲମାହନ ରାଉତରାୟଙ୍କୁ ପଚାରିବାରୁ କହିଛନ୍ତି, ରୋଗ ଚିହ୍ନଟ ହୋଇଛି । ସମସ୍ତ ଆକ୍ରାନ୍ତଙ୍କୁ ପ୍ରତିଷେଧକ ଇଞ୍ଜେକ୍ସନ  ଦିଆଯାଇଛି । ମୁନୁଷପଦର ସମେତ କାଶୀପୁର ବ୍ଲକର  ଅନ୍ୟାନ୍ୟ କେତେକ ଗାଁ ଉପରେ କଡ଼ା ନଜର ରଖାଯାଇଛି ।  ନିୟମିତ କ୍ୟାମ୍ପ କରାଯାଇ ସେବା ଯୋଗାଇ ଦିଆଯାଉଛି । ସୋମବାରରୁ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ କରାଯିବ ।   

ସୂଚନାଥାଉ କି, ଅଜଣା ରୋଗରେ ଆକ୍ରାନ୍ତ  ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ୬ ଆକ୍ରାନ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ  ମଧ୍ୟରୁ ଜିଲ୍ଲା ହସ୍‌ପିଟାଲ୍‌ରେ ହରି ମାଝୀ(୬୧), ବିଜୟ  ମାଝି(୩) ଓ ମୋହନ ମାଝି(୫) ଚିକିତ୍ସିତ ହେଉଛନ୍ତି । ସେହିପରି ମହେନ୍ଦ୍ର ମାଝି(୫), ପବିତ୍ର ମାଝି(୮) ଓ  ଜୟରାମ ମାଝି(୫) ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ କାଶୀପୁର  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କେତେକ ରୋଗୀ  ଚିକିତ୍ସିତ ହେଉଛନ୍ତି । ପଡୋଶୀ ଗାଁଗୁଡିକରେ ନିୟମିତ  ଭାବେ ପରୀକ୍ଷା କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.