ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବରପାଲି ବ୍ୟାଙ୍କ ଡ଼କାୟତି, ଅତାବିରା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ବନାରସୀ ବାବୁ ସମେତ ୪ କାବୁ

ବରଗଡ଼/ଅତାବିରା,୦୮/୦୭:ବରପାଲିରେ ବ୍ୟାଙ୍କ ଲୁଟିଥିବା, ଅତାବିରାରେ ବନ୍ଧୁକ ମୁନରେ  ଚାଷୀଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟିଥିବା, ଲସ୍ତଲାରେ ଚାଷୀଙ୍କଠାରୁ ୧.୬୦ ଲକ୍ଷ ଟଙ୍କା ଲୁଟିଥିବା ବେଳେ ଗୋଡ଼ଭଗା ବ୍ୟାଙ୍କ ଲୁଟ ପାଇଁ  ଯୋଜନା କରୁଥିବା ସମୟରେ ପୁଲିସ ହାତରେ ଧରା ପଡ଼ିଯିବାରୁ ଆଉ ଗୋଟେ ବ୍ୟାଙ୍କ ବର୍ତ୍ତି  ଯାଇଛି । ବରଗଡ଼ ଜିଲ୍ଲାର ଚାଷୀ ଓ ଅଧିବାସୀଙ୍କ ଶ୍ରମ ଅର୍ଜିତ ଟଙ୍କା ଲୁଟି ମଉଜ ମଜଲିସ କରୁଥିବା ଡ଼କାୟତ ଦଳ ଧରାପଡ଼ିଥିବା ବେଳେ ଏ ସବୁଥିର ମାଷ୍ଟରମାଇଣ୍ଡ ଥିବା ବନାରସୀ ବାବୁ ଓରଫ ଲଲିତ ସାହୁଙ୍କ ସମେତ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଲଗାତାର ଡ଼କାୟତି  ଓ ଲୁଟପାଟ ଯୋଗୁଁ ନିଦ ହରାଇଥିବା ବରଗଡ଼  ପୁଲିସ ଶନିବାର ଗୋଡ଼ଭଗା କେନାଲ ରାସ୍ତାରୁ  ଲଲିତଙ୍କ ସମେତ ସଶସ୍ତ୍ର ଡ଼କାୟତ ଦଳକୁ ଗିରଫ  କରିଥିବା ବେଳେ ଜଣେ ଫେରାର ହୋଇଯିବାରେ  ସକ୍ଷମ ହୋଇଥିବା ଜଣାପଡ଼ିଛି । ସେମାନେ ହେଲେ  ଲଲିତ ସାହୁ(୨୫), ଡ଼ୋଲେଶ୍ୱର ସାହୁ(୨୫),  ଇନ୍ଦ୍ର ଭୋଇ(୨୧) ଓ ଚୈତନ୍ୟ ପୁଟା(୧୯) ।  ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଜିଲ୍ଲାର ସଇନ୍ତଳା  ଥାନା ଅନ୍ତର୍ଗତ ବନାରସ ଓ ଡ଼ଙ୍ଗରାମୁଣ୍ଡା ଗାଁର ଥିବା ବେଳେ ଲଲିତ ଓରଫ ବନାରସୀ ବାବୁ କିଙ୍ଗପିନ୍‌  ଥିବା ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ  ସହାଇ ମୀନାଙ୍କ ସୂତ୍ରରୁ ଜଣାପଡ଼ିଛି ।   

ବରଗଡ଼ ପୁଲିସ ମୁଖ୍ୟାଳୟରେ ଏନେଇ ଆଜି  ଆୟୋଜିତ ଏକ ପତ୍ରକାର ସମାବେଶକୁ ସମ୍ଭୋଧିତ  କରି ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଘଟଣାବଳୀ  ଉପରେ ଆଲୋକପାତ କରିଥିଲେ । ଗତ ଜୁନ  ମାସ ୨୦ ତାରିଖରେ ବାବେବିରା ଚାଷୀ ଲୁଟ ଓ  ଗତ ଜୁଲାଇ ୧ ତାରିଖରେ ଲସ୍ତଲା ଗାଁର ଚାଷୀ  ଲୁଟ ଜନିତ ମାମଲାକୁ ନେଇ ତନାଘନା କରୁଥିବା  ଅତାବିରା ପୁଲିସକୁ ଏହି ବଡ଼ ସଫଳତା ମିଳିଛି ।  ମାତ୍ର ୧୦ ଦିନ ଭିତରେ ଦୁଇଟି ବଡ଼ ଘଟଣାକୁ ନେଇ  ସାଧାରଣରେ ଆତଙ୍କ ଖେଳିଯିବା ପରେ ଜିଲ୍ଲା ପୁଲିସ  ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏସପି ଶ୍ରୀ  ମୀନାଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ପୁଲିସକୁ ନେଇ  ଦୁଇଟି ଟିମ ଗଠନ କରାଯାଇ ଯାଞ୍ଚକୁ ତ୍ୱରାନ୍ୱିତ  କରାଯାଇଥିଲା । ବିଭିନ୍ନ ସୂତ୍ର ଏବଂ ଲୁଟର ଶୀକାର  ହୋଇଥିବା ଚାଷୀମାନଙ୍କ ବୟାନ ଆଧାରରେ ବିଭିନ୍ନ  ସ୍ଥାନରେ ନାକା କରି ପୁଲିସ ଯାଞ୍ଚ ଚଳାଇଥିବା ବେଳେ ଶନିବାର ଗୋଡ଼ଭଗା ଅଂଚଳରେ ଡ଼କାୟତି ଦଳ ଥିବା  ସୂଚନା ପାଇଥିଲା । ଗୋଡ଼ଭଗାର କୌଣସି ବ୍ୟାଙ୍କରେ  ଡ଼କାୟତି ପଇଁ ସେମାନେ ପ୍ଲାନ କରି ଗୋଡ଼ଭଗା  କେନାଲ ରାସ୍ତାରେ ବରଗଡ଼ ପଟକୁ ଆସୁଥିବା ବେଳେ  ପୂର୍ବରୁ ଛକି ରହିଥିବା ପୁଲିସ ଅପରାହ୍ନ ୩ଟାରେ ସେମାନଙ୍କୁ କାବୁ କରିଥିଲା । ତେବେ ଜଣେ ଫେରାର  ମାରିଥିବା ବେଳେ ପୁଲିସ ୪ ଜଣଙ୍କୁ ଧରି ଥାନାକୁ  ଆଣିଥିଲା । 

ପଚରାଉଚୁରାରୁ ଉକ୍ତ ଡ଼କାୟତି ଦଳ  ବରଗଡ଼ ଜିଲ୍ଲାର ବାବେବିରା ଓ ଲସ୍ତଲା ଚାଷୀ ଲୁଟ  ସମେତ ବରପାଲି ବ୍ୟାଙ୍କ ଲୁଟ ତଥା ସୋନପୁର, ବଲାଙ୍ଗିର, ସମ୍ବଲପୁର ଜିଲ୍ଲାର ବହୁ ଡ଼କାୟତି ଓ  ଲୁଟରେ ସାମିଲ ଥିବା ସ୍ୱୀକାର କରି ଗୋଡ଼ଭଗା  ବ୍ୟାଙ୍କ ଲୁଟି ପାଇଁ ଯୋଜନା କରୁଥିବା ସ୍ପଷ୍ଟ କରିବା  ପରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଯାଞ୍ଚରୁ  ପୁଲିସ ଡ଼କାୟତ ଦଳଠାରୁ ଗୋଟେ ଦେଶୀ ବନ୍ଧୁକ  ଓ ୫ଟି ଜୀବନ୍ତ ଗୁଳି ସମେତ ଛୁରୀ, ଭୁଜାଲି, ପଂଚ  ଆଦି ମାରଣାସ୍ତ୍ରମାନ ଜବତ କରିଥିଲା । ତତସହିତ  ଡ଼କାୟତ ଦଳର ସୂଚନା ଆଧାରରେ ସେମାନେ  ଚୋରି କରିଥିବା ସୁନାଗହଣା ସମେତ ନଗଦ  ୩.୮୦ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା । ସେହିଭଳି  ଡ଼କାୟତିରେ ସେମାନେ ବ୍ୟବହାର କରୁଥିବା ୩ଟି  ଆପାଚି ବାଇକ(ଓଡ଼ି-୦୩-ବି-୫୬୫୩, ୦୩- ଆର-୨୨୧୬, ଓଡ଼ି-୦୩-ଏବି-୭୫୦୪) ସମେତ  ଗୋଟେ ସୁଜୁକି ସ୍କୁଟି(ଓଡ଼ି-୦୩-ଏବି-୯୯୫୯) ଓ  ଗୋଟେ ହୀରୋ ବାଇକ(ଓଡ଼ି-୦୩-ଏବି-୩୪୭୩)  ଜବତ କରିଥିବା ବେଳେ ୮ଟି ଆଣ୍ଡ୍ରଏଡ଼ ଫୋନ  ଜବତ କରି ଏହାର ଯାଂଚ କରାଯାଉଥିବା ଏସପି  ସୂଚନା ଦେଇଥିଲେ ।  

ପ୍ରାପ୍ତ ତଥ୍ୟାନୁସାରେ, ଗତ ୨୦ ଜୁନରେ  ଅତାବିରା ଥାନା ଅନ୍ତର୍ଗତ ବାବେବିରାର ଜଣେ  ଚାଷୀ ଛାୟାକାନ୍ତ ପ୍ରଧାନ ଅତାବିରାର ଏକ  ବ୍ୟାଙ୍କରୁ ଧାନବିକ୍ରୀ ଲବ୍ଧ ପ୍ରାପ୍ୟ ୪,୩୮,୩୫୨  ଟଙ୍କା କାଢ଼ି ବାଇକରେ ଘରକୁ ଫେରୁଥିବା ବେଳେ  ଅପରାହ୍ନ ୪.୩୦ ସମୟରେ ଏକ ନିଛାଟିଆ  ସ୍ଥାନରେ ଉପରୋକ୍ତ ଡ଼କାୟତ ଦଳ ତାଙ୍କୁ  ଅଟକାଇ ବନ୍ଧୁକ ମୁନରେ ଟଙ୍କା ଲୁଟି ଫେରାର  ହୋଇଯାଇଥିଲେ । ଏ ନେଇ ଅଭିଯୋଗ ପରେ  ପୁଲିସ୍‌ ଏହାର ଯାଞ୍ଚ ଜାରୀ ରହିଥିବା ବେଳେ ୧  ଜୁଲାଇରେ ଅତାବିରା ଥାନା ଅନ୍ତର୍ଗତ ଲସ୍ତଲା ଗାଁରେ  ସମାନ ଘଟଣା ଘଟିଥିବା ବେଳେ ଡ଼କାୟତମାନେ  ଚାଷୀଙ୍କଠାରୁ ଧାନବିକ୍ରୀଲବ୍ଧ ୧ଲକ୍ଷ ୬୦ ହଜାର  ଟଙ୍କା ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ  ହୋଇଥିଲା । ତେବେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ  ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ  ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।  

ଅପରପକ୍ଷେ ସେମାନଙ୍କ ନାଁରେ ଭିନ୍ନ ଭିନ୍ନ ୫ଟି  ଥାନାରେ ଡକାୟତି ମାମଲା ଥିବାରୁ ଉଚିତ ଯାଞ୍ଚ  କରାଯିବ ବୋଲି ସ୍ପଷ୍ଟ କରି ଏସପି ଶ୍ରୀ ମୀନା  ଫେରାର ଅଭିଯୁକ୍ତକୁ ଅବିଳମ୍ବେ କାବୁ କରାଯିବ  ବୋଲି ସୂଚନା ଦେଇଥିଲେ । ଏ ଅବସରରେ  ଅତାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀଙ୍କ  ସମେତ ଅତାବିରା ପୁଲିସ ଷ୍ଟାଫ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.