ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବନ୍ତଳ-ମାଜଣା ରାସ୍ତା ନିର୍ମାଣ ହେବ, ଭୁବନେଶ୍ୱରକୁ ୧୫ କିମି ଦୂରତା ହ୍ରାସ ପାଇବ

ଜଟଣୀ,୧୯/୦୬ : ମଲ୍ଲିପୁର ପଞ୍ଚାୟତର ବନ୍ତଳରୁ ମାଜଣା ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ନିର୍ମାଣ ହେଲେ ଉତର ଖୋର୍ଦ୍ଧାର ୩ରୁ ୪ ପଂଚାୟତବାସୀ ଉପକୃତ ହୋଇପାରିବେ। ଭୁବନେଶ୍ୱରକୁ ଯାତାୟତ ପାଇଁ ୧୫ କିଲୋମିଟର ଦୂରତା ହ୍ରାସ ପାଇବ । ଏହି ରାସ୍ତା ନିର୍ମାଣ ହୋଇନଥିବାରୁ ଖୋର୍ଦ୍ଧା ହୋଇ ବହୁଦୂର ବୁଲିକି ଯିବାକୁ ପଡ଼ୁଛି । ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କାଳରେ ତାଙ୍କୁ ଏମିତି ସମସ୍ୟା ନେଇ ମଲ୍ଲିପୁର ପଞ୍ଚାୟତ ଅଞ୍ଚଳବାସୀ ଦୃଷ୍ଟିଆକର୍ଷଣ କରିଥିଲେ । ସାଂସଦ ଅପରାଜିତା ଲୋକଙ୍କ ସମସ୍ୟା ଶୁଣିଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ଏନେଇ ଆଲୋଚନା କରିବା ସହ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । 

ସେହିପରି ପଞ୍ଚାୟତର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ୩ କିଲୋମିଟର ଦୂରରେ ଥିବା ସ୍କୁଲକୁ ଦୈନିକ ଯିବାକୁ ପଡୁଛି । ଗ୍ରାମରେ ଥିବା ଏମ୍‌ଇ ସ୍କୁଲରେ ଉପରୋକ୍ତ ଦୁଇ ଶ୍ରେଣୀକୁ ମିଶ୍ରଣ କରାଗଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମବାସୀ କହିଥିଲେ । ଏହାର ମଧ୍ୟ ସମାଧାନ କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ । ପରେ ଜଟଣୀ ରେଲୱେ ମାର୍କେଟ ଦୋକାନୀଙ୍କ ସମସ୍ୟା ସମାଧାନ ନେଇ ଖୋର୍ଦ୍ଧାରୋଡ଼ ଡିଭିଜନ ପ୍ରବନ୍ଧକଙ୍କ ସହିତ ଆଲୋଚନା କରିଥିଲେ । ସାଂସଦଙ୍କ ସହିତ ବରିଷ୍ଠ ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.