ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଜଲଦି ସାରିଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ,୩୦/୦୯: ଚଳିତ ବର୍ଷ ଅକ୍ଟୋବର ମାସରେ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣ ଯାଗୁ ୯ ଦିନ ବ୍ୟାଙ୍କ କାମ ହେବନି । ଏହାବାଦ ଏହି ମାସରେ ୪ ରବିବାର ଏବଂ ୨ଟି ଶନିବାର  ପଡୁଛି । ୨ ଅକ୍ଟୋବରରେ ଗାନ୍ଧି ଜୟନ୍ତୀ ଯୋଗୁ ସବୁ ଜାଗାରେ ବ୍ୟାଙ୍କ ବନ୍ଦ ରହିବ । ଏହାବାଦ ୧୨ ଅକ୍ଟୋବରରେ  ଦଶହରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାମ ହେବନି । 

୧  ଅକ୍ଟାବରରେ ଜମ୍ମୁ କାଶ୍ମୀରରେ ନିର୍ବାଚନ, ନବରାତ୍ର ସ୍ଥାପନା ଯୋଗୁ ୩ରେ ଜୟପୁରରେର ବ୍ୟାଙ୍କ ଛୁଟି ରହିବ । ୬, ୧୩, ୨୦ ଏବଂ ୨୭ ଅକ୍ଟୋବର ରବିବାର ୧୨ ଅକ୍ଟୋବର  ଓ ୨୬ ଅକ୍ଟୋବରରେ ଦ୍ୱିତୀୟ ଶନିବାର ପଡୁଛି । ୧୧  ଅକ୍ଟୋବରରେ ମହାଷ୍ଟମୀ, ମହାନବମୀ ଯୋଗୁ ବାଙ୍ଗାଲାର,  ଭୁବନେଶ୍ୱର, ଚେନ୍ନାଇ, ଗାଙ୍ଗ୍‌ଟକ, ସାଂଚୀ ସହ ବିଭିନ୍ନ  ସହରରେ ବ୍ୟାଙ୍କ ବନ୍ଦ ରହିବ । ୧୪ ଅକ୍ଟୋବରରେ ଦଶହରା  ପାଇଁ ଗାଙ୍ଗଟକ, ୧୬ ଅକ୍ଟୋବରରେ ଲକ୍ଷ୍ମୀ ପଜା ପାଇଁ  କୋଲକାତା ଏବଂ ଅଗରତାଲା, ୧୭ ଅକ୍ଟାବରରେ ମହର୍ଷି  ବାଲ୍‌ମିକି ଜୟନ୍ତୀ ଏବଂ କାତି ବିହୁ ଲାଗି ବେଙ୍ଗାଲୁରୁ,  ଗୌହାଟି ଏବଂ ଶିମଳା ଏବଂ ୩୧ ଅକ୍ଟୋବରରେ ଦୀପାବଳୀ  ପାଇଁ ବ୍ୟାଙ୍କ କାମ ହେବନି  । ଅକ୍ଟୋବରରେ ୯ ଦିନ ପୁଞ୍ଜି  ବଜାର ମଧ୍ୟ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକ  ଅନଲାଇନରେ ବ୍ୟାଙ୍କର ବିଭିନ୍ନ ସେବା ପାଇପାରିବେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.