ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ

ଅଯୋଧ୍ୟା,୧୫/୦୬: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ପ୍ରସିଦ୍ଧ ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଆତଙ୍କୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ  ଧମକ ଦେଇଛି । ଫଳରେ ଅଯୋଧ୍ୟାରେ ହାଇଆଲର୍ଟ ଜାରି  କରାଯାଇଛି । ରାମମନ୍ଦିରର ସୁରକ୍ଷା ବଢ଼ାଇ ଦିଆଯାଇଥିଲା  ବେଳେ ମହର୍ଷି ବାଲ୍ମିକୀ ବିମାନବନ୍ଦର ଓ ଅନ୍ୟାନ୍ୟ  ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ  କରାଯାଇଛି । ବିଭିନ୍ନ ସ୍ଥାନରେ ବହୁସଂଖ୍ୟକ ସୁରକ୍ଷା  କର୍ମୀଙ୍କୁ ମୁତୟନ କରାଯାଇଛି । ଏସ୍‌ଏସ୍‌ପି ରାଜକରଣ  ନାୟାର ବିଭିନ୍ନ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଆମୀର ନାମକ ଜଣେ ଜୈସ୍‌ ଆତଙ୍କୀ ଅଡିଓ  ଜାରି କରି ଏହି ଧମକ ଦେଇଛି । ସେଥିରେ ସେ କହିଛି  କି ଅଯୋଧ୍ୟାରେ ମସ୍‌ଜିଦ ଭଙ୍ଗାଯାଇ ମନ୍ଦିର ଗଢ଼ାଯାଇଛି ।  ବର୍ତ୍ତମାନ ମନ୍ଦିର ଭାଙ୍ଗିବାକୁ ପଡିବ । ଆମର ୩ ଜଣ ସାଥୀ  ସେଠାରେ ସହିଦ୍‌ ହୋଇଛନ୍ତି । ବର୍ତ୍ତମାନ ରାମ ମନ୍ଦିରକୁ  ବୋମାରେ ଉଡାଇ ଦିଆଯିବ । ଏହି ଅଡିଓ ମିଳିବା ପରେ  ସୁରକ୍ଷାକର୍ମୀ ହାଇଆଲର୍ଟରେ ଅଛନ୍ତି । ଏହା ପୂର୍ବରୁ ୨୦୦୫ରେ ଅଯୋଧ୍ୟାରେ ଆତଙ୍କୀ ଆକ୍ରମଣ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.