ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

୫ ଶହ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ନୁହେଁ ଅନୁପମ ଖେରଙ୍କ ଫଟୋ, ଓ୍ବେବ୍ ସିରିଜ୍ ‘ଫର୍ଜି’ ଷ୍ଟାଇଲ୍‌ରେ ଠକି ନେଲେ ୨ କିଲୋ ସୁନା

ନୂଆଦିଲ୍ଲୀ,୩୦।୯: ହାଇଟେକ୍ ଠକେଇ, ତା ପୁଣି ନୂଆ ଷ୍ଟାଇଲ୍‌ରେ। ୫ଶହ ଟଙ୍କିଆ ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀ ନୁହେଁ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ। ଆଉ ଏହି ନକଲି ନୋଟ୍‌ ଦେଇ ଠକି ନେଲେ ୨ କିଲୋ ସୁନା। ଏଭଳି କିଛି ଅଭିଯୋଗ ଆସିଛି ଗୁଜୁରାଟ ଅହମ୍ମଦାବାଦରୁ। ସୁନା ବ୍ୟବସାୟୀ ମେହୁଲ ଠକ୍କରଙ୍କୁ ନକଲି ନୋଟ୍‌ ଦେଇ ଠକିନେଲେ ୧ କୋଟି ୩୦ ଲକ୍ଷ ଟଙ୍କା। ସବୁଠାରୁ ବଡ଼ କଥା  ହେଲା ଚୋରମାନେ ଶାହିଦ କପୁରଙ୍କ  ଓ୍ବେବ୍‌ ସିରିଜ୍‌ ‘ଫର୍ଜି’ ଦେଖି ଠିକ୍ ସେଭଳି   ଷ୍ଟାଇଲରେ  ଆପଣେଇଛନ୍ତି ଠକେଇ  ଷ୍ଟାଇଲ।

ଗୁଜୁରାଟ ଅହମ୍ମଦାବାର ସରାଫା ବଜାରରେ ଠକେଇର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ୨୩ ସେପ୍ଟେମ୍ବରରେ ମେହୁଲଙ୍କୁ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜରଙ୍କ ଏକ କଲ୍ ଆସିଥିଲା। ତାଙ୍କୁ ପଚାରିଥିଲେ ୨ କିଲୋ ୧୦୦ ଗ୍ରାମ୍ ସୁନା କିଣିବାର ଅଛି, ତା’ର ଦାମ୍ କେତେ ? ମେହୁଲ ୧୫ ବର୍ଷ ହେବ ଲକ୍ଷ୍ମୀ ଜୁଏଲର୍ସ ସହ ବ୍ୟବସାୟ କରୁଛନ୍ତି, ସେ ଭରସାର ସହ ୧.୬୦ କୋଟି ଟଙ୍କାରେ ଡିଲ୍‌ କରିଥିଲେ। ତା ପରଦିନ ସେ ସୁନା ପଠାଇବାର ପ୍ରତିଶୃତି ମଧ୍ୟ ଦେଇଥିଲେ। ତା ପରଦିନ ଅର୍ଥାତ ୨୪ ସେପ୍ଟେମ୍ବରରେ ମେହୁଲଙ୍କୁ ଲକ୍ଷ୍ମୀ ଜୁଏଲର୍ସ ମ୍ୟାନେଜର ଫୋନ୍ କରି କହିଥିଲେ, ଜଣଙ୍କୁ ସୁନା ତୁରନ୍ତ ଦରକାର ଓ ଆରଟିଜିଏସ୍ ଚାଲୁନି, ତେଣୁ ସୁନା ବଦଳରେ ସିକ୍ୟୁରିଟି ଆମାଉଣ୍ଟ ଦେବେ ତା ପରେ ଦ୍ବିତୀୟ ଦିନ ଆରଟିଜିସିରେ ଟଙ୍କା ପଠାଇ ଦେବେ। ଏହା ସହ କହିଥିଲେ ସୁନା କିଣୁଥିବା ବ୍ୟକ୍ତି ସିଜି ରୋଡ୍‌ରେ ଥିବେ।

ଏହାପରେ ମେହୁଲ ତାଙ୍କର ଜଣେ ଷ୍ଟାଫଙ୍କୁ ୨ କେଜି ୧୦୦ ଗ୍ରାମ୍ ସୁନା ଦେଇକି ସିଜି ରୋଡ୍‌କୁ ପଠାଇଥିଲେ। ଘଟଣାସ୍ଥଳରେ ତିନି ଜଣ ବ୍ୟକ୍ତି ଥିଲେ, ତାଙ୍କ ଭିତରୁ ଜଣଙ୍କ ପାଖରେ ନଗଦ ଟଙ୍କା ଗଣିବାର ମେସିନ୍ ଥିଲା। ଅନ୍ୟ ଜଣେ ବ୍ୟକ୍ତି ପଞ୍ଜାବୀ ବେଶଭୂଷାରେ ଇଲେ ଓ ତୃତୀୟ ଜଣେ କିଛି ଦୂରରେ ଥିଲେ। ସୁନା କିଣୁଥିବା ଦୁଇ ବ୍ୟକ୍ତି ୧.୩୦ କୋଟି ଟଙ୍କାର ନୋଟ୍ ସିକ୍ୟୁରିଟି ଡିପୋଜିଟ୍‌ ଭାବରେ ରଖିଥିଲେ ଓ କହିଥିଲେ ଆପଣ ସୁନା ଦିଅନ୍ତୁ। ଏହାପରେ ବାକି ୩୦ ଲକ୍ଷ ଟଙ୍କା ଆଉ ଏକ ଅଫିସରୁ ଆଣିକି ଦେବୁ। ମେହୁଲଙ୍କ ଷ୍ଟାଫ୍ ସୁନା ଦେବାପରେ ଯେତେବେଳେ ନୋଟ୍ ଦେଖିଥିଲେ ତାହା ନକଲି ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିଲା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ଥାନରେ ରିସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖା ଥିଲା। 

ଖବର ପାଇବା ମାତ୍ରେ ମେହୁଲ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜରଙ୍କୁ କଲ୍ କରିଥିଲେ, ତେବେ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିଲା। ଏହାପରେ ଠକେଇ ହୋଇଥିବା ଜାଣି ସୁନା ବ୍ୟବସାୟୀ ମେହୁଲ ନବରଙ୍ଗପୁରା ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଖୋଜୁଛି।ପୋଲିସ କମିଶନର ରାଜଦୀପ ନୁକମଙ୍କ କହିବା ଅନୁସାରେ, ଚୋରମାନେ ଶାହିଦ କପୁରଙ୍କ ‘ଫର୍ଜି’ ଫିଲ୍ମ ରୁ ଅନୁପ୍ରାଣିତ ହୋଇ ଏଭଳି କରିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ମଧ୍ୟ ତିଆରି କରାଯାଇଛି। ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ନକଲି ନୋଟ୍‌ରେ ନିଜର ଫଟୋ ଦେଖି ନିଜେ ଅଭିନେତା ଅନୁପମ୍ ଖେର୍ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ୫୦୦ ଟଙ୍କିଆା ନୋଟ୍‌ରେ ଗାନ୍ଧିଜୀଙ୍କ ଫଟୋ ଜାଗାରେ ମୋ’ ଫଟୋ ??? କିଛି ବି ହୋଇପାରେ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.