ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଭାରତ-ୟୁଏସର ସାମନା କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ଜିନପିଙ୍ଗ୍‌ , ଜି-୨୦ରୁ ଏଥିପାଇଁ ବାହାରି ଯାଇଛନ୍ତି ?

Published By : Prameya | September 5, 2023 5:08 PM

ନୂଆଦିଲ୍ଲୀ : ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ। ଏହି ସ୍ଥାନରେ ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ୍‌ ନିଜ ଦେଶର ପ୍ରତିନିଧିତ୍ୱ କରିବେ। ଏମିତ ଚୀନ୍‌ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାଓ ନିଙ୍ଗ ଶି ଚିନପିଙ୍ଗ୍‌ ଜି-୨୦ ବୈଠକରେ ସାମିଲ ନହେବାର କାରଣ କହିବାକୁ ମନା କରିଦେଇଛନ୍ତି। କିନ୍ତୁ ଏହି କଥାର ଖୁଲାସା ହୋଇ ସାମନାକୁ ଆସିଛି କି ସୀମା ବିବାଦର ପ୍ରଭାବ ଭାରତ ଓ ଚୀନ୍‌ର ସମ୍ୱନ୍ଧରେ ଦେଖିବାକୁ ମିଳୁଛି। ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଜିନପିଙ୍ଗ୍‌ଙ୍କ ଜି-୨୦ ସମ୍ମିଳନୀରେ ନଆସିବାରେ ନିରାଶା ପ୍ରକାଶ କରିଛନ୍ତି। ଜିନପିଙ୍ଗ୍‌ ଭାରତରେ ହେଉଥିବା ଏହି ସମ୍ମିଳନୀ ଠାରୁ କାହିଁକି ଦୂରେଇ ରହୁଛନ୍ତି , ଏହାର ପଛରେ ଏହି କାରଣ ହୋଇପାରେ ...  

ଜି-୨୦ କୁ ଆସିବେନି ଜିନ୍‌ପିଙ୍ଗ୍, ଅସନ୍ତୋଷ ପ୍ରକାଶ କଲେ ବାଇଡେନ୍; କହିଲେ...

ଭୁଲ ନକ୍ସା ଯୋଗୁଁ ଦୂରେଇ ରହୁଛି କି ? 

ନିକଟରେ ଚୀନ ଏକ ତଥାକଥିତ ଷ୍ଟାଣ୍ଡ ମ୍ୟାପ୍‌ ଜାରି କରିଛି , ଯେଉଁଥିରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌ ସହ ତାଇୱାନ ଓ ଦକ୍ଷିଣୀ ଚାଇନା ସମୁଦ୍ର ନେଇ ମଧ୍ୟ ଦାବି କରି ଦେଇଛି । ଏମିତି ତ ଚୀନ୍‌ ପ୍ରତି ପ୍ରତି ବର୍ଷ ଷ୍ଟାଣ୍ଡାର୍ଡ ମ୍ୟାପ୍‌ ଜାରି କରିଥାଏ , ହେଲେ ଏହା ପ୍ରଥମଥର ଯେବେ ଭାରତ ଏହି ନକ୍ସାକୁ ନେଇ ବିରୋଧ କରିଛି। ଭାରତ ଚୀନର ଦାବିକୁ ଦୃଢ଼ତାର ସହ ବିରୋଧ କରିଛି। ଚୀନ ଦ୍ୱାରା ଜି-୨୦ ସମ୍ମିଳନୀ ଠାରୁ ଠିକ୍‌ ପୂର୍ବରୁ ଏହି ନକ୍ସା ଜାରି କରିବାର ଟାଇମିଂ ମଧ୍ୟ କିଛି ମାତ୍ରାରେ ଆଶ୍ଚର୍ଯ୍ୟକର। କହି ରଖୁଛୁ କି, ନିକଟରେ ଜୋହାନ୍ସବର୍ଗରେ ସଂପନ୍ନ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପିଏମ୍‌ ମୋଦି ଜିନପିଙ୍ଗ୍‌ଙ୍କ ସହ ସାକ୍ଷାତ ବେଳେ ଏଲଏସି ଠାରେ ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।  

 

ସୀମା ବିବାଦ ବି ଏକ କାରଣ ହୋଇପାରେ – ଗତ କିଛି ଦିନରେ ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦର ଅନେକ ମାମଲା ସାମନାକୁ ଆସିଛି। ଏଥିପାଇଁ ଦୁଇ ଦେଶର ସଂପର୍କ ଥଣ୍ଡା ପଡ଼ିଛି। ୩ ବର୍ଷ ପୂର୍ବେ ଲଦ୍ଦାଖରେ ଅଶାନ୍ତ ବାତାବରଣ ଯୋଗୁଁ ସଂଘର୍ଷ ବି ହୋଇଥିଲା  ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । 

ଅନଲାଇନ୍‌ ଡେଲିଭରୀରେ ମଧ୍ୟ ଲାଗିବ ରୋକ୍, ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀରେ ସ୍ୱତନ୍ତ୍ର ପ୍ରସ୍ତୁତି

 ଏହା ବି ମୁଖ୍ୟ କାରଣ -  ଅଷ୍ଟ୍ରେଲିଆନ ନ୍ୟାସନାଲ ୟୁନିଭର୍ସିଟିର ରାଜନୀତିକ ବୈଜ୍ଞାନିକ ଭେନ-ତି ସୁଙ୍ଗ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗନେବାର ତୁରନ୍ତ ପରେ ଜିନପିଙ୍ଗ୍‌ ଜି-୨୦କୁ ଆସୁ ନାହାନ୍ତି । ପଶ୍ଚିମୀ ଦେଶ ସମୂହରେ ଭରା ଏହି ଗ୍ରୁପ୍‌ର ମିଟିଂରେ ସାମିଲ ନହୋଇ ବୋଧେ ସେ ଏହି ଦେଶଗୁଡ଼ିକୁ ନୀଚ୍ଚା ଦେଖାଇବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ଏମିତି କରି ସେ ନିଜର ରୁଷୀୟ ବନ୍ଧୁ ପୁଟିନଙ୍କ ସହ ବି ରହିଛନ୍ତି , ଯିଏ ନିଜେ ଏହି ମିଟିଂକୁ ଆସିବେ ନାହିଁ। 

  • india
  • Chinese President
  • Xi Jinping
  • G20 Summit
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.