ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଛଟ୍ ପୂଜାରୁ ଫେରୁଥିବା ବେଳେ ପରିବାର ଉପରକୁ ଗୁଳିମାଡ଼, ୨ ମୃତ, ୪ ଆହତ

ପାଟଣା, ୨୦/୧୧: ଏକତରଫା ଭଲ ପାଇବା କେତେ ଯେ ଭୟାନକ ହୋଇପାରେ ତାହା ଦେଖିବାକୁ ମିଳିଛି ବିହାରର । ସକାଳେ ଛଟ୍ ପୂଜା ସାରି ଫେରୁଥିବା ପରିବାର ଉପରକୁ ବିହାରର ଲଖିସରାଇ ଜିଲ୍ଲା କବାୟା ପୋଲିସ ଥାନା ଅଞ୍ଚଳରେ ।

ଛଟ୍ ଘାଟରୁ ଫେରୁଥିବା ବେଳେ ଗୋଟିଏ ପରିବାର ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି । ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି । ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ବେଗୁସରାଇରୁ ପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

 ଆଜି ଉଦ୍‌ଘାଟନ ହେବ ତିନି ଆବାସ ପ୍ରକଳ୍ପ, ବସ୍ତିବାସିନ୍ଦାଙ୍କୁ ଘର ଉପହାର ଦେବେ ମୁଖ୍ୟମନ୍ତ୍ରୀ

ଗୁଳିମାଡ଼ ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଭୟଭୀତ ଅଛନ୍ତି । ଗୁଳିମାଡ଼ ପରେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା । ୨ ଭାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଉଭୟଙ୍କ ପତ୍ନୀ, ବାପା ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ।

ଲଖିସରାଇ ଏସପିଙ୍କ ଅନୁସାରେ, ପରିବାରର ୬ ଜଣ ଛଟ୍ ଘାଟରୁ ଫେରୁଥିଲେ । ତାଙ୍କ ଘର ନିକଟରେ ହିଁ ସେମାନଙ୍କୁ ଗୁଳି କରାଯାଇଛି । ଗୁଳି କରିଥିବା ଅଭିଯୁକ୍ତ ହେଉଛି ପରିବାରର ପଡ଼ୋଶୀ ଆଶିଷ ଚୌଧୁରୀ । ପ୍ରାୟ ୧୦ ଦିନ ତଳେ ଅଭିଯୁକ୍ତ ଆଶିଷ ସହ ପରିବାରର କଥା କଟାକଟି ହୋଇଥିଲା । ପୋଲିସ ଅନୁସାରେ, ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହି ଗୁଳିମାଡ଼ ହୋଇଛି ।

ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଜେ.ପି ଦାସଙ୍କ ପରଲୋକ, ଚିତ୍ରଶିଳ୍ପୀ ଭାବେ ଅର୍ଜନ କରିଥିଲେ ବିଶେଷ ଖ୍ୟାତି

ସୂଚନା ଅନୁସାରେ, ଆଶିଷ ନାମକ ଯୁବକ ନିଜ ଘର ସାମ୍ନାରେ ରହୁଥିବା ଯୁବତୀଙ୍କୁ ଭଲ ପାଉଥିଲା । ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ଏହାର ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କ ଗୁଳିମାଡ଼ କରିଛି । ଚନ୍ଦନ ଝା ଓ ରାଜେନ୍ଦ୍ର ଝାଙ୍କ ମୃତ୍ୟୁ ହୋଇଥିବା ବେଳେ ଶଶିଭୂଷଣ, ଦୁର୍ଗା, ପ୍ରୀତି ଦେବୀ ଓ ଲଭଲୀ ଦେବୀ ଗୁରୁତର ଆହତ ହୋଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.