ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ସୀମା ହାଇଦର ଏପି ସିଂହଙ୍କ ହାତରେ ବାନ୍ଧିରେ ରାକ୍ଷୀ : ଓକିଲ କହିଲେ, ଭଉଣୀର ସବୁ ଦୁଃଖ ମୋର, ମୁଁ ସବୁବେଳେ ତା ସହ ଅଛି

ନୋଏଡା – ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବେ ରକ୍ଷା ବନ୍ଧନର ଉତ୍ସବକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ମଙ୍ଗଳବାର ସୀମା ହାଇଦର ନିଜ ଓକିଲ ଏପି ସିଂହଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଏହି ଅବସରରେ ଏପି ସିଂହ କହିଛନ୍ତି - ଏବେ ଠାରୁ ସୀମାଙ୍କର ସବୁ ଦୁଃଖ ମୋର ଓ ମୋର ସବୁ ଖୁସି ତାକୁ ସମର୍ପିତ କରୁଛି । ଭଉଣୀର ଘର ହସ ସୁଖ ଶାନ୍ତରେ ଭରିଯାଉ । ପିଲାମାନେ ସବୁ ଭଲରେ ରୁହନ୍ତି ଏହି କାମନା। 

ହାଇକୋର୍ଟରେ ପହଞ୍ଚିଲା ସୀମା ହାଇଦରଙ୍କ ଫିଲ୍ମ ବିବାଦ , ପ୍ରଡ୍ୟୁସର ଦାଏର କଲେ ରିଟ୍ ପିଟିସନ

କହି ରଖୁଛୁ କି, ଗତ ଦିନରେ ସୀମା ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ରାକ୍ଷୀ ପଠାଇଛନ୍ତି। ଓକିଲ ଏପି ସିଂହ କହିଛନ୍ତି , ଭଉଣୀ ସୀମା ମୋତେ ରାକ୍ଷୀ ପଠାଇଛି। 

ଏପି ସିଂହ କହିଛନ୍ତି, ମୋର ମାଆ କହିଥଲେ କି ଯେବେ ଭଉଣୀ ପାଖରେ ଥାଏ ତ ଘରକୁ ଯାଇ ରାକ୍ଷୀ ବାନ୍ଧିବା ଉଚିତ । ଏହାପରେ ମୁଁ ସୀମାଙ୍କ ଘରକୁ ଆସି ରାକ୍ଷୀ ବାନ୍ଧିଛି। ସୀମାର ମୁଁ ପୂରା ତନ ମନ ଧନ ଦ୍ୱାରା ସାହାଯ୍ୟ କରିବି। ଦେଶର ପରମ୍ପରା , ରୀତି ନୀତି , ସଂସ୍କୃତି ଭିତରେ ଯଦି ସୀମାର କୌଣସି ସମସ୍ୟା ହୁଏ ମୁଁ ସର୍ବଦା ତା ସହ ଠିଆ ହେବି। 

ସଚିନଙ୍କ ପାଇଁ ଶୁଭ ମନାସୀଲେ ସୀମା, କଲେ ନିର୍ଜଳା ବ୍ରତ : ସିନ୍ଦୂର , ବିନ୍ଦି ଓ ଶାଢୀ ପିନ୍ଧି ପାଳିଲେ ହରିଆଲି ତିଜ୍‌ ଉତ୍ସବ

ଅନ୍ୟପଟେ ସୀମା ପାକିସ୍ତାନର ନାଗରିକଙ୍କୁ ମଧ୍ୟ ସେଠାରେ ରାକ୍ଷୀର ଉତ୍ସବ ପାଳିବାକୁ ଅପିଲ କରିଛନ୍ତି । ସୀମା କହିଛନ୍ତି ମୁଁ ଜୀବନରେ ପ୍ରଥମ ଥର ରାକ୍ଷୀ ବାନ୍ଧିଛି । ମୁଁ ଓକିଲ ଏପି ସିଂହଙ୍କ ପାଖରୁ ରାକ୍ଷୀ ପଠାଇଥିଲି , କିନ୍ତୁ ସେ ମୋ ହାତରେ ବାନ୍ଧିବାକୁ ଆମ ଘରକୁ ଚାଲି ଆସିଲେ, ଏହା ବହୁତ ଖୁସି ଲଗିଲା । 

ସୀମା ହାଇଦର ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଠାଇଲେ ରାକ୍ଷୀ , ରକ୍ଷା ବନ୍ଧନକୁ ନେଇ କହିଲେ ...

Copyright © 2022 - Summa Real Media Private Limited. All Rights Reserved.