ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଆନ୍ଦୋଳନରତ ଶିକ୍ଷକଙ୍କୁ ନାଲି ଆଖି ଦେଖାଇଲେ ସରକାର, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୪/୦୯: ରାଜ୍ୟର ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇ ଯାଇଥିବା ବେଳେ ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହି ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାର ନାଲି ଆଖି ଦେଖାଇ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ । ବର୍ଷକୁ ୨୨୦ ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ୨୨୦ ଦିନ ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

୩୦ ସ୍କୁଲ୍ ଛୁଆଙ୍କୁ ନଦୀ ପାର୍ କଲା ବେଳେ ବୁଡ଼ିଗଲା ଡଙ୍ଗା; ୨୦ ଉଦ୍ଧାର, ୧୦ ନିଖୋଜ

ଏଥିସହ ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ କୁହାଯାଇଛି । ସମାନ କାମକୁ ସମାନ ଦରମା ଦାବି କରି ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ । ଫଳରେ ରାଜ୍ୟର ୫୦ ହଜାରରୁ ଅଧିକ ସ୍କୁଲରେ ୪୦ ଲକ୍ଷ ପିଲାଙ୍କ ପାଠପଢ଼ା ବ୍ୟାହାତ ହୋଇଛି । 

ପ୍ରାଥମିକ ଶିକ୍ଷକ ସଂଘର ଏହି ଆନ୍ଦୋଳନକୁ ଅଧିକାଂଶ ରାଜନୈତିକ ଦଳ ଓ ଶିକ୍ଷକ ସଂଘ ସମର୍ଥନ ଜଣାଇଛନ୍ତି । ସରକାର ଶିକ୍ଷକଙ୍କ ଦାବି ପୂରଣ କରି ତୁରନ୍ତ ସ୍ଥିତି ସ୍ୱାଭାବିକ କରିବାକୁ ସରକାରଙ୍କ ଉପରେ ଚାପ ପକାଇଛନ୍ତି । 

ଧର୍ମାନ୍ତୀକରଣ ଅଭିଯୋଗକୁ ନେଇ ଭଞ୍ଜପୁର ଥାନାରେ ଉତ୍ତେଜନା ପ୍ରସଙ୍ଗ, ASI ନିଲମ୍ବିତ, ସବ୍-ଇନ୍ସପେକ୍ଟରଙ୍କ ବଦଳି

ପ୍ରାଥମିକ ଶିକ୍ଷକଙ୍କ ଏହି ଆନ୍ଦୋଳନକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସମର୍ଥନ ଜଣାଇଛି । ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ପ୍ରମୁଖ ଏ ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି । ସେହିପରି ଆନ୍ଦୋଳନକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା) ମଧ୍ୟ ସମର୍ଥନ ଜଣାଇଛି । ଆଲୋଚନା କରି ସମାଧାନ କରିବାକୁ ଓଲ୍‌ଷ୍ଟାର ସଭାପତି ବିକ୍ରମ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଶିବନାରାୟଣ ବେହେରା, ବିଚିତ୍ର ବିହାରୀ ଦାସ, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି ।

  • Teacher
  • Protest
  • Copyright © 2022 - Summa Real Media Private Limited. All Rights Reserved.