ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ନଡ଼ାରୁ ପ୍ରସ୍ତୁତ ଜୈବ ଇନ୍ଧନରେ ଉଡ଼ିବ ଉଡ଼ାଜାହାଜ, ଯୁଦ୍ଧବିମାନ ଓ ହେଲିକପ୍ଟର: ନୀତିନ ଗଡ଼କରୀ

ନୂଆଦିଲ୍ଲୀ, ୧୪/୦୯: ଦେଶରେ ଇନ୍ଧନ ଓ ପ୍ରଦୂଷଣ ସମସ୍ୟା ଦୂର କରିବା ଲାଗି ନଡ଼ାରୁ ଇନ୍ଧନ (ତୈଳ) ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ଏହାର ବ୍ୟବହାର ବ୍ୟାପକ ଭାବେ କରାଯିବ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଆଗାମୀ କିଛିବର୍ଷ ମଧ୍ୟରେ ନଡ଼ା ଇନ୍ଧନର ବ୍ୟବହାର ବାଣିଜ୍ୟିକ ବିମାନ, ଯୁଦ୍ଧ ବିମାନ ଓ ହେଲିକପ୍ଟରରେ କରାଯିବ ।

ଉପରେ ଦୌଡ଼ିବ ମେଟ୍ରୋ, ତଳେ ଫ୍ଲାଏଓଭର : ଜୟଦେବ ବିହାରରୁ ନନ୍ଦନକାନନ ୩ ଥାକିଆ ଯାତାୟାତ

ଦିଲ୍ଲୀରେ ଆୟୋଜିତ ୬୩ତମ ଏସିଏମ୍ଏର ବାର୍ଷିକ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ଏବେ ନଡ଼ା ଆଉ ଜଳା ଯାଉନାହିଁ । ପାନିପତରେ ଇଣ୍ଡିଆନ୍ ଅଏଲର ପ୍ଲାଣ୍ଟ ଆରମ୍ଭ ହୋଇଛି । ଏହା ନଡ଼ାରୁ ୧ ଲକ୍ଷ ଲିଟର ଇଥେନାଲ୍ ପ୍ରସ୍ତୁତ ହୋଇଛି ଏବଂ ୧୫୦ ଟନ୍ ବାୟୋ ବିଟୁମେନ୍ ପ୍ରସ୍ତୁତ ଚାଲିଛି । ବାୟୁସେନାର ଯୁଦ୍ଧ ବିମାନରେ ୨୨ ପ୍ରତିଶତ ଇଥେନାଲ୍ ବ୍ୟବହାର କରାଯାଉଛି ।




ନୀତିନ ଗଡ଼କରୀ କହିଛନ୍ତି, ଆଗାମୀ ଦିନରେ ୮ ପ୍ରତିଶତ ବାୟୋ ଆଭିଏସନ୍ ଫୁଏଲ୍, ଆଭିଏସନ୍ ଫ୍ୟୁଲରେ ମିଶ୍ରଣର ଯୋଜନା ରହିଛି । ସେ ଆହୁରି କହିଛନ୍ତି, ସେ ଦିନ ଆଉ ଦୂର ନୁହେଁ ଚାଷଙ୍କ ଦ୍ୱାରା ପ୍ରସ୍ତୁତ ଇନ୍ଧନରେ ବାଣିଜ୍ୟିକ ବିମାନ, ଯୁଦ୍ଧବିମାନ ଓ ହେଲିକପ୍ଟର ଉଡ଼ିବ ।

ଦେଶରେ ଡିଜେଲର ଆବଶ୍ୟକତା କମ୍ କରିବା ଏବଂ ପ୍ରଦୂଷଣ ମୁକ୍ତ ଦେଶ ଲାଗି ନଡ଼ାରୁ ଜୈବ ଇନ୍ଧନ ପ୍ରସ୍ତୁତ ଲାଗି ଦେଶରେ ୧ ହଜାର ପ୍ଲାଣ୍ଟ ପ୍ରତିଷ୍ଠା ନେଇ ସରକାର ଯୋଜନା କରିଛନ୍ତି । ଏହାଦ୍ୱାରା ୫ ଲକ୍ଷ ଲୋକ ରୋଜଗାର ପାଇବେ । ଯାନବାହନ ଲାଗି ଇନ୍ଧନ ଖର୍ଚ୍ଚ କମ୍ ହେବା ସହ ଅଧିକ ଦୂର ଯାତ୍ରା କରି ହେବ । 

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍, ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

  • Nitin Gadkari
  • Fighter Jet
  • Copyright © 2022 - Summa Real Media Private Limited. All Rights Reserved.