ପ୍ରମୁଖ ଖବର
  • ଭୁବନେଶ୍ୱର : ଦୁବାଇ ଯାଉଛି ବାରିପଦା, ଢେଙ୍କାନାଳ ଆମ୍ୱ; ଓଡ଼ିଶାରେ ୨.୧ଲକ୍ଷ ହେକ୍ଟରରେ ହେଉଛି ଚାଷ
  • ||
  • ଭୁବନେଶ୍ୱର : ୫୧ ଡିଭିଜନରୁ ୪୬ ଡିଭିଜନରେ ହାତୀଙ୍କ ଚଳପ୍ରଚଳ; ୩ ଦିନ ଚାଲିବ ଗଣନା, ବ୍ୟବହାର ହେବ ଡ୍ରୋନ୍
  • ||
  • ଭୁବନେଶ୍ୱର : ପ୍ରଥମ ଥର ନିର୍ବାଚନୀ ଗସ୍ତରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ; ବାଣପୁର, ମାହାଙ୍ଗାରେ କରିବେ ପ୍ରଚାର
  • ||
  • ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ଭିଏଲ୍‌ଡବ୍ଲୁଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦିଅ
  • ||
  • ଭୁବନେଶ୍ଵର : ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଝାରସୁଗୁଡ଼ା : ସ୍କୁଲ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ତାରିଖ ସୁଦ୍ଧା ହେବ ଅବପାତ
  • ||
  • ଉତ୍ତରରେ ନବୀନ କରିବେ ରୋଡ୍‌ ସୋ’ : ୮ ଛକରେ ଅଟକିବେ, ଉଦ୍‌ବୋଧନ ଦେବେ
  • ||
  • ଅହମ୍ମଦାବାଦ : ଆଜି ଏଲିମିନେଟର ମୁକାବିଲା, ଆରସିବି ବ୍ୟାଟିଂ ବନାମ ରୟାଲ୍ସ ସ୍ପିନ୍‌
  • ||
  • ଭୁବନେଶ୍ଵର : ୨୫ରେ ହୋଇପାରେ ଛୋଟ ବାତ୍ୟା, ଓଡ଼ିଶାକୁ ନାହିଁ ପ୍ରଭାବ
  • ||

କେରଳରେ ନିପା ଭାଇରସରେ ୨ଜଣଙ୍କ ମୃତ୍ୟୁ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପଠାଇଲେ ଏକ୍ସପର୍ଟ ଟିମ୍

କୋଝିକୋଡ – କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା ମଙ୍ଗଳବାର ( ୧୨ ସେପ୍ଟେମ୍ୱର)ରେ ଏହା ସ୍ପଷ୍ଟ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ , ପ୍ରଥମ ମୃତ୍ୟୁ ୩୦ ଅଗଷ୍ଟରେ ଓ ଦ୍ୱିତୀୟ ମୃତ୍ୟୁ ସୋମବାର ( ୧୧ ସେପ୍ଟେମ୍ୱର)ରେ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମଣ୍ଡାଭିୟା କହିଛନ୍ତି କି ସ୍ଥିତି ବିଷୟରେ ଜାଣିବା ଓ ନିପା ଭାଇରସ ମ୍ୟାନେଜମେଣ୍ଟରେ ରାଜ୍ୟ ସରକାରଙ୍କ ସାହାଯ୍ୟ ପାଇଁ ଏକ କେନ୍ଦ୍ରୀୟ ଟିମ୍ କେରଳ ପଠାଯାଇଛି।

ରାଜ୍ୟ ସରକାର କୋଝିକୋଡ ଜିଲ୍ଲାରେ ୨ଜଣ ଲୋକଙ୍କ ଅପ୍ରାକୃତିକ ମୃତ୍ୟୁ ବିଷୟରେ ଜାଣିବା ପରେ ୫ ସାମ୍ପଲ ଯାଞ୍ଚ ପାଇଁ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାୟରୋଲଜି ପଠାଇ ଥିଲେ। ଏହି ସାମ୍ପଲ ଏଥିପାଇଁ ପଠାଯାଇ ଥିଲା , ଏହାକି ଏହି କଥା ବିଷୟରେ ଜାଣିପାରିବା କି ନିପା ଭାଇରସରେ ସଂକ୍ରମିତ କି ନାହିଁ। ଏହି ୫ ଟି ମଧ୍ୟରୁ ଗୋଟିଏ ସାମ୍ପଲ ମୃତକଙ୍କର ଥିଲା । ଆଉ ୪ଟି ତାଙ୍କ ସଂପର୍କୀୟଙ୍କର। ଏହା ବ୍ୟତୀତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ୨ ଜଣ ଲୋକଙ୍କ ମୃତ୍ୟୁ ପରେ ସୋମବାର ( ୧୧ ସେପ୍ଟେମ୍ୱର)ର ଆଲର୍ଟ ମଧ୍ୟ ଜାରି କରିଥିଲେ। 

କେରଳର କୋଝିକୋଡ ଜିଲ୍ଲାରେ ୨୦୧୮ ଓ ୨୦୨୧ ରେ ମଧ୍ୟ ନିପା ଭାଇରସରେ ମୃତ୍ୟୁ ମାମଲା ସାମନାକୁ ଆସିଥିଲା। ଦକ୍ଷିଣ ଭାରତରେ ନିପା ଭାଇରସର ପ୍ରଥମ ମାମଲା ୧୯ମେ ୨୦୧୮ରେ କୋଝିକୋଡରେ ସାମନାକୁ ଆସିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.