ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନିରାଶ କଲା ବର୍ଷା, ରିଜର୍ଭ ଡେ’ରେ ପୁଣି ଭାରତ-ପାକିସ୍ତାନ ମୁକାବିଲା

Image Courtesy: aajtak


କଲମ୍ବୋ, ୧୦/୦୯: ଏସିଆ କପ୍‌ର ସୁପର ୪ ମୁକାବିଲାରେ ଭାରତ ପାକିସ୍ତାନ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଖେଳ ଅଧାରୁ ଅଟକିଯାଇଛି । ଏବେ ବାକି ମ୍ୟାଚ୍‌ ରିଜର୍ଭ ଡେ’ ଅର୍ଥାତ ଆସନ୍ତାକାଲି ଖେଳାଯିବ । ୨୪.୧ ଓଭର ଖେଳାଯାଇଥିବା ବେଳେ ବାକି ଥିବା ମ୍ୟାଚ୍‌ ସୋମବାର ଖେଳାଯିବ ବୋଲି ଜଣାପଡ଼ିଛି । ପ୍ରଥମେ ଭାରତୀୟ ଟିମ୍‌ ବ୍ୟାଟିଂ କରିଥିଲା । ବର୍ଷା ଆରମ୍ଭ ହେବା ବେଳକୁ ୨୪.୧ ଓଭରରେ ଟିମ୍‌ ଇଣ୍ଡିଆ ଦୁଇ ଓ୍ବିକେଟ ବିନିମୟରେ ୧୪୭ ରନ୍‌ କରିଥିଲା । 

ବିରାଟ କୋହଲି ଏବଂ କେଏଲ ରାହୁଲ ବ୍ୟାଟିଂ କରୁଥିଲେ । ତେବେ ଆଜି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ହେଲେ ବର୍ଷା କିଛି ସମୟ ପାଇଁ ବନ୍ଦ ହୋଇଥିଲେ ହେଁ ଓଦା ଆଉଯଫିଲ୍ଡ ଯୋଗୁଁ ଖେଳ ହୋଇପାରି ନାହିଁ । ଆସନ୍ତାକାଲି ଦିନ ୩ଟାରେ ଖେଳ ଆରମ୍ଭ ହେବ । ଦୁଇ ଟିମ୍‌କୁ ୫୦-୫୦ ଓଭର ଖେଳିବାକୁ ସୁଯୋଗ ମିଳିବ । ଆଜି ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ ।ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଭଲ ସ୍ଥିତିରେ ଥିଲା ।  

ବର୍ଷା ଯୋଗୁଁ ଖେଳ ବନ୍ଦ ହେବା ବେଳକୁ ଭାରତୀୟ ଟିମ୍‌ ୧୪୭ ରନ୍‌ ସଂଗ୍ରହ କରିସାରିଥିଲା । ପଡ଼ିଆରେ ବ୍ୟାଟିଂ କରୁଥିଲେ ବିରାଟ କୋହଲି ଏବଂ କେଏଲ ରାହୁଲ  । ଦୁଇଟି ମୂଲ୍ୟବାନ ଓ୍ବିକେଟ ହରାଇସାରିଥିଲା ଭାରତୀୟ ଟିମ୍‌ । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିସାରିଥିଲେ । ତାଙ୍କ ପରେ କୋହଲି ଏବଂ ରାହୁଲ ଯଥାକ୍ରମେ ୧୭ ରନ୍‌ ଏବଂ ୮ ରନ୍‌ କରିସାରିଥିଲେ । ଦୁଇ ବ୍ୟାଟ୍ସମ୍ୟାନଙ୍କ ମିଳିତ ସ୍କୋର ୩୮ ବଲ୍‌ରେ ୨୪ ରନ୍‌ ହୋଇଥିଲା ।

ଆଜି ଖେଳ ଆରମ୍ଭରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ଙ୍କ ଧୂଆଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦୁଇ ବ୍ୟାଟ୍ସମ୍ୟାନ୍‌ ମିଳିତ ଭାବେ ୧୨୧ ରନ୍‌ କରିଥିଲେ ।ଏହି ଯୋଡିକୁ ଭାଙ୍ଗିଥିଲେ ଶଦାବ ଖାନ । ସେ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ । ଅର୍ଦ୍ଧଶତକ ପୁରା କରି ପାଭିଲିୟନ ଫେରିଥିଲେ ରୋହିତ । ସେହିଭଳି ଶୁଭମନ ଗିଲ୍‌ ୫୮ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ ।

You can also read: ‘ମେକ୍‌ ଇନ ଇଣ୍ଡିଆ’ର ମୁଁ ଜଣେ ଆଦର୍ଶ ଉଦାହରଣ: ବିଶ୍ବ ବ୍ୟାଙ୍କ ମୁଖ୍ୟ

  • Asia cup 2023
  • india vs pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.