ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଲୋକେ ମାଂସ ଖାଉଛନ୍ତି ଏଥିପାଇଁ ହିମାଚଳରେ ଆସୁଛି ବିପର୍ଯ୍ୟୟ , ଆଇଆଇଟି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ :  ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବରେ ସବୁକିଛି ଧ୍ୱଂସବିଧ୍ୱଂସ ହୋଇ ଯାଇଥିଲା । ବର୍ଷା ଓ ଭୂସ୍ଫଳନରେ ଭୁଶୁଡ଼ି ପଡ଼ିଥିଲା ପାହାଡ଼ ଓ ଘର ଏହାର ଭିଡ଼ିଓ ଦେଖି ସାରାବିଶ୍ୱର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖରେ ଭାଙ୍ଗି ପଡିଥିଲେ। ୨୩୮ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ଏହି ପ୍ରଳୟ ପରେ ଏବେ ଆଇଆଇଟି ମଣ୍ଡିର ଡାଇରେକ୍ଟର ଲକ୍ଷ୍ମୀଧର ବେହରା କହିଛନ୍ତି ,ହିମାଚଳରେ ଏହି ଧ୍ୱଂସ ଲୀଳ ମାଂସ ଖାଇବା ଯୋଗୁଁ ହୋଇଛି। ସେ କହିଛନ୍ତି ପଶୁଙ୍କ ଉପରେ କ୍ରୁର ଆଚରଣ ଯୋଗୁଁ ହିମାଚଳରେ ବାଦଲ ଫଟା ବର୍ଷା ହେଉଛି । ଏହାସହ ସେ ପିଲାଙ୍କୁ ମାଂସ ନଖାଇବାର ସଂକଳ୍ପ ନେବାକୁ କହିଛନ୍ତି ।

ହିମାଚଳର ହୋଇଯିବ ପତନ –

ଆଇଆଇଟିର ଡାଇରେକ୍ଟର ଲକ୍ଷ୍ମୀଧର ବେହରା କହିଛନ୍ତି , ଯଦି ଆମେ ପଶୁଙ୍କୁ ହତ୍ୟା କରିବା ବନ୍ଦ ନକରିବା ତ ହିମାଚଳ ପ୍ରଦେଶର ପତନ ହୋଇଯିବ । ଆପଣ ପଶୁଙ୍କୁ କାଟୁଛନ୍ତି , ସେହି ପଶୁଙ୍କର ପରିବେଶ ସହ ସମ୍ୱନ୍ଧ ରହିଛି । ସେହି ସମ୍ୱନ୍ଧ ଆପଣଙ୍କୁ ଦେଖା ଯାଉ ନାହିଁ ।

୧୬୦ କେଜି ଓଜନର ମହିଳା ଖଟରୁ ଉଠିବା ବେଳେ ତଳେ ପଡ଼ିଗଲେ , ଘର ଲୋକ ଉଠାଇ ପାରିଲେନି …ଦମକଳ ବାହିନୀକୁ ଡ଼କାଗଲା

ଆଇଆଇଟିର ନିର୍ଦ୍ଦେଶକ ଆହୁରି କହିଛନ୍ତି ,ପଶୁଙ୍କ ଉପରେ ନିଷ୍ଠୁରତା ପ୍ରଦର୍ଶନ କରିବା ଯୋଗୁଁ  ହିମାଚଳରେ ବାରମ୍ୱାର ବାରମ୍ୱାର ଭୂସ୍ଫଳନ ଓ ବାଦଲ ଫଟା ବର୍ଷା ହେଉଛି । ଲୋକେ ମାଂସ ଖାଉଛନ୍ତି ।   ଲକ୍ଷ୍ମୀଧର ବେହରାଙ୍କ ବୟାନର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ  ହେଉଛି। ସେ ଭିଡ଼ିଓରେ କହୁଛନ୍ତି , ଭଲ ମଣିଷ ହେବା ପାଇଁ ଆପଣଙ୍କୁ କଣ କରିବାକୁ ହେବ ? ଆପଣଙ୍କୁ ମାଂସ ଖାଇବାକୁ ବନ୍ଦ କରିବାରୁ ହେବ । ଏହାପରେ ସେ ଛାତ୍ରଛାତ୍ରୀଙ୍କୁ ମାଂସ ନଖାଇବାକୁ ଶପଥ ନେବାକୁ କହୁଛନ୍ତି । 

କେବଳ ଏତିକି ନୁହେଁ ,ଏହା ପୂର୍ବରୁ ମଧ୍ୟ ଲକ୍ଷ୍ମୀଧର ବେହରା ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ ଥିଲେ। ସେ ଗତବର୍ଷ କହିଥିଲେ କି ପବିତ୍ର ମନ୍ତ୍ରର ଜପ କରି ସେ ନିଜର ବନ୍ଧୁଙ୍କ ଘର ଓ ପରିବାରକୁ ଖରାପ ଆତ୍ମା ଠାରୁ ମୁକ୍ତି ଦେଇଥିଲେ । ଏବେ ପୁଣି ଥରେ ହିମାଚଳରେ ପ୍ରଳୟ ପଛରେ ମାଂସ ଖାଇବାକୁ ଦାୟୀ କହି ଲକ୍ଷ୍ମୀଧର ବେହରା ଆଲୋଚନାରେ ରହିଛନ୍ତି। 

Copyright © 2022 - Summa Real Media Private Limited. All Rights Reserved.