ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମଣିଷ ଭାବେ ତ ଭଲ , ଲିଡରସିପ୍ କ୍ୱାଲିଟି କିନ୍ତୁ ନାହିଁ … ପରାଗଙ୍କ ଉପରେ ମସ୍କଙ୍କର ଜଜମେଣ୍ଟ

ନୂଆଦିଲ୍ଲୀ – ସେ ମଣିଷ ଭଲ , ହେଲେ ତାଙ୍କ ଠାରେ ଲିଡରର କ୍ୱାଲିଟି ନାହିଁ। କୋଟିପତି ଏଲନ ମସ୍କ ମାର୍ଚ୍ଚ ମାସରେ ଡିନର ପାର୍ଟି ବେଳେ ଟ୍ୱିଟରର ତତ୍କାଳୀନ ସିଇଓ ପରାଗ ଅଗ୍ରୱାଲଙ୍କ ବିଷୟରେ ଏହି କଥା କହିଥିଲେ। ଏଲନ ମସ୍କ ସେତେବେଳେ ଟ୍ୱିଟରର ଅଧିଗ୍ରହଣର ପ୍ରକ୍ରିୟା ପୂରା କରିବାରେ ଲାଗିଥିଲେ। ଲେଖକ ୱାଲଟର ଇସାକ୍ସନ ଏଲନ ମସ୍କଙ୍କ ଉପରେ ଆଧାରିତ ନିଜର ପୁସ୍ତକରେ ଏହି ଡିନର ପାର୍ଟି ବେଳେ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଛନ୍ତି । 

ଏକ୍ସରେ ଏଲନ ମସ୍କ କମ୍ପାନୀଗୁଡ଼ିକୁ ଦେଲେ ଏହି ଫିଚର , ଲିଙ୍କଡ୍ଇନ୍‌ ସହ ହେବ ସିଧା ଟକ୍କର

 ୱାଲ ଷ୍ଟ୍ରିଟ୍‌ ଜର୍ନଲର ରିପୋର୍ଟ ମୁତାବିକ , ଏଲନ ମସ୍କ ଡିନର ପାର୍ଟି ପରେ ପରାଗ ଅଗ୍ରୱାଲଙ୍କୁ ନେଇ କହିଥିଲେ , ସେ ବାସ୍ତବରେ ଜଣେ ଭଲ ଯୁବକ , କିନ୍ତୁ ଏଥିରେ ଲିଡରସିପ୍ କ୍ୱାଲିଟିର ଅଭାବ ରହିଛି ଏବଂତାଙ୍କ ଠାରୁ ମ୍ୟାନେଜମେଣ୍ଟର ଆଶା ରଖିବା ଉଚିତ ନୁହେଁ। ଏହାସହ ମସ୍କ ମଧ୍ୟ କହିଥିଲେ , ଟ୍ୱିଟରକୁ ଆଗକୁ ନେବା ଭଳି ଡ୍ରାଗନର ଆବଶ୍ୟକ ରହିଛି ଏବଂ ପରାଗ ତାହା ନୁହଁନ୍ତି । 

ଏଲନ ମସ୍କ ଏକ୍ସ ଲୋଗୋ ସହ ସେୟାର କଲେ ପୁଅର ଫଟୋ , ଲୋକେ କମେଣ୍ଟରେ ଲେଖିଲେ…

 ପୁସ୍ତକରେ ୱାଲ୍ଟର ଇସାକ୍ସନ ଆହୁରି ଲେଖିଛନ୍ତି ଡିନର ପାର୍ଟିରେ ଟ୍ୱିଟରର ତତ୍କାଳୀନ ବୋର୍ଡ ଅଧ୍ୟକ୍ଷ ବ୍ରେଟ୍‌ ଟେଲର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଏଲନ ମସ୍କ ଓ ପରାଗ ଅଗ୍ରୱାଲ , ଉଭୟଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହୋଇଛି। ଅଗ୍ରୱାଲ ୨୭ ମାର୍ଚ୍ଚ , ୨୦୨୨ରେ ଏଲନ ମସ୍କଙ୍କୁ ଏକ ମେସେଜ ମଧ୍ୟ ପଠାଇ ଥିଲେ। ଏହି ମେସେଜ୍‌ରେ ଲେଖିଥିଲେ , ଏଲନ ମସ୍କ , ପରସ୍ପର ଭିତରେ ସିଧାସଳଖ ଯୋଡି ହେବା ବହୁତ ଭଲ ଲାଗିଲା। ଆପଣଙ୍କୁ ଚ୍ୟାଟ୍‌ କରିବାକୁ ପସନ୍ଦ କରିବି   ଏହାର ଜବାବରେ ମସ୍କ କହିଥିଲେ ଖୁବ୍‌ ସୁନ୍ଦର ଡିନର ପାର୍ଟି । ହେଲେ , ଏହାପରେ ମାହୋଲ ବିଗିଡ଼ି ଯାଇଥିଲା ଏବଂ ଏହାର ପ୍ରଭାବ ଉଭୟଙ୍କର ସଂପର୍କରେ ବି ପଡ଼ିଲା । ଅପ୍ରେଲ ମାସରେ ଦୁହିଁଙ୍କ ମଧ୍ୟରେ ସାଙ୍କେତିକ ଭାବେ ତ ଭଲ ଥିଲା, କିନ୍ତୁ ଝଗଡ଼ା ହୋଇଥିଲା । 

 

ପରାଗ ଅଗ୍ରୱାଲ କିଏ – ଆପଣଙ୍କୁ କହି ରଖୁଛୁ କି ପରାଗ ଅଗ୍ରୱାଲ ଭାରତୀୟ ବଂଶୋଦ୍ଭବ ଏବଂ ସେ ଟ୍ୱିଟରର ସିଇଓ  ରହି ଥିଲେ । ଟ୍ୱିଟରର କୋ-ଫାଉଣ୍ଡର ଜ୍ୟାକ ଡୋର୍ସି ନଭେମ୍ୱର ୨୦୨୧ରେ ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପରାଗ ଅଗ୍ରୱାଲ ଏହି ପଦରେ ରହିଥିଲେ । ହେଲେ ଏଲନ ମସ୍କ ଯେବେ ଟ୍ୱିଟରର ଅଧିଗ୍ରହଣ କଲେ ପରାଗଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.