ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚାକିରି ବଦଳରେ ଜମି : ୧୦ ଘଣ୍ଟାର ପଚରାପଚରି ପରେ ଇଡି ଅଫିସରୁ ବାହାରିଲେ ଲାଲୁ , କାଲି ତେଜସ୍ୱୀଙ୍କ ପାଳି

Published By : Prameya | January 29, 2024 10:31 PM

ପାଟନା : ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଇଡିର ଘେରାଉ। ୧୦ ଘଣ୍ଟାର ଜେରା ପରେ ଇଡି(ପ୍ରବର୍ତ୍ତନ କାର୍ଯ୍ୟାଳୟ)ର ଅଫିସରୁ ବାହାରିଲେ ଲାଲୁ। ଇଡିର ସ୍ୱତନ୍ତ୍ର ଟିମ୍‌ ପାଟନାର ଗାନ୍ଧୀ ମୈଦାନ ଅଞ୍ଚଳରେ ଥିବା ଜୋନାଲ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଛି। 

ସୋମବାର ସକାଳ ସମୟ ପାଖାପାଖି ୧୧.୧୫ରେ ଲାଲୁ ପ୍ରସାଦ ନିଜର ବଡ଼ ଝିଅ ମୀସା ଭାରତୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏହାପରେ ତାଙ୍କୁ କାର୍ଯ୍ୟାଳୟର ଦ୍ୱିତୀୟ ମହଲାକୁ ନିଆଯାଇଥିଲା।ଏଠାରେ ଆରମ୍ଭ ହୋଇଥିଲା ପଚରାପଚରି। ରାତି ୯ଟାରେ ଲାଲୁ ଇଡି ଅଫିସରୁ ବାହାରିଲେ। ଏହି ମାମଲାରେ ପୂର୍ବତନ ଉପ ମୁଖମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଇଡି ପଚରାପଚରି କରିବ। 

ପଚରାପଚରି ପାଇଁ ଦିଲ୍ଲୀ ଇଡି ମୁଖ୍ୟାଳୟରୁ ପାଖାପାଖି ୧୨ ଜଣିଆ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍‌ ପାଟନା ଆସିଛି। ଯେଉଁଥିରେ କେସ୍‌ର ଅନୁସନ୍ଧାନ ଅଧିକାରୀଙ୍କ ସମେତ ଅନ୍ୟମାନେ ସାମିଲ ଅଛନ୍ତି। ଜେରାର ପୂରା ପ୍ରକ୍ରିୟା ବିଷୟରେ ଅଫିସିଆଲି ଭାବେ କୌଣସି ସୂଚନା ଦିଆଯାଇ ନାହିଁ। 

ସୂତ୍ରାନୁସାରେ ,ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ କାର୍ଯ୍ୟକାଳ ୨୦୦୪ରୁ ୨୦୦୯ ମଧ୍ୟରେ ଚାକିରି ବଦଳରେ ଜମି ମାମଲା ସହ ଜଡ଼ିତ ୫୦ରୁ ଅଧିକ ପ୍ରଶ୍ନ ପଚରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.