ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ବିଶାଖାପାଟ୍ଟଣମ୍, ୦/୦୯: ବନ୍ଧା ହେଲେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ CID ଗିରଫ କରିଛି । ଦୁର୍ନୀତି ମାମଲାରେ ଶନିବାର ସକାଳୁ ରାଜ୍ୟ ଅପରାଧିକ ଯାଞ୍ଚ ବିଭାଗ (ସିଆଇଡି) ଚନ୍ଦ୍ରବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ ।

ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନନ୍ଦାଲ ଜିଲ୍ଲାର ବନଗନପଲ୍ଲୀରେ ଜନସଭାକୁ ସମ୍ବୋଧିତ କରିଥିଲେ । ଜନସଭାକୁ ସମ୍ବୋଧନ ପରେ ଭ୍ୟାନରେ ବିଶ୍ରାମ ନେଉଥିଲେ ଚନ୍ଦ୍ରବାବୁ । ଶନିବାର ଭୋର୍ ପ୍ରାୟ ୩ଟା ସମୟରେ ଏପି ସିଆଇଡି ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା । ତେବେ ଦଳର କାର୍ଯ୍ୟକର୍ତ୍ତା ଓ ନେତା, ସିଆଇଡିକୁ ଘେରି ଯାଇ ଗିରଫ କରିବାକୁ ଦେଇ ନଥିଲେ ।

ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ଆଙ୍ଗ୍ଲୋ-କୁକୀ ୱାର୍ ପୁସ୍ତକକୁ ନେଇ ଅନ୍ତରୀଣ ସୁରକ୍ଷା

ନେତା ଓ ଆନ୍ଧ୍ର ପୋଲିସ ମଧ୍ୟରେ ଯୁକ୍ତିତର୍କ ପରେ ସକାଳ ପ୍ରାୟ ୬ଟା ସମୟରେ ନାଇଡୁ ଭ୍ୟାନରୁ ବାହାରିଥିଲେ । ସିଆରପିସି ୫୧ ଅନୁସାରେ ନାଇଡୁଙ୍କୁ ନୋଟିସ୍ ଜାରି କରାଯାଇଥିଲା । କୌଶଳ ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫ କରାଯାଇଛି । ଯେଉଁଥିରେ ଚନ୍ଦ୍ରବାବୁ ୨୫୦ କୋଟିର ଦୁର୍ନୀତି କରିଥିବା ଅଭିଯୋଗ ରହିଛି ।

ଚନ୍ଦ୍ରବାବୁଙ୍କୁ ସିଆଇଡି ଗିରଫ କରିବା ସହ ତାଙ୍କ ପୁଅ ଲୋକେଶଙ୍କୁ ମଧ୍ୟ ପୂର୍ବ ଗୋଦାବରୀ ଜିଲ୍ଲା ପୋଲିସ ହେପାଜତକୁ ନେଇଛି । 

ସ୍ବାମୀଙ୍କ ସହ ଯାଉଥିବା ବେଳେ ସ୍ତ୍ରୀଙ୍କୁ ଅପହରଣ, ଉଦ୍ଧାର କଲା ପୋଲିସ...

  • Chandrababu naidu
  • TDP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.