ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ମଇଁଷି ଚରେଇବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ

Published By : Prameya | May 12, 2025 6:21 PM

ପାତ୍ରପୁର, ୧୨।୫ : ମଇଁଷି ଚରେଇବାକୁ ବିଲକୁ ଯାଇଥିଲେ। ହଠାତ  ବଜ୍ରପାତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପାତ୍ରପୁର ବ୍ଲକ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଏହି ଘଟଣା ଘଟିଛି।   ମୃତକମାନେ  ହେଲେ ନାରାୟଣପୁର ଗ୍ରାମର ସାକିଲି କନିଆରୀ ଏବଂ ତାଙ୍କ ସମ୍ପର୍କୀୟ ଏମ. ଭବେଶ କନିଆରୀ।

ଉଭୟେ ଗାଁ ନିକଟସ୍ଥ ନଦୀ ପାଖ ତୋଟାରେ ମଇଁଷି ଚରେଇବାକୁ ସୋମବାର ସକାଳୁ ଯାଇଥିଲେ ।ସେଠାରେ ମଇଁଷି ମନ୍ଦାକୁ ଚରିବାକୁ ଛାଡି ଅଳ୍ପ ଦୂରରେ  ଉଭୟ ରୋଷେଇ କରୁଥିଲେ।  ହଠାତ  ବର୍ଷା, ପବନ ସହ ପ୍ରବଳ ବଜ୍ରପାତ ହୋଇଥିଲା  ।  ବଜ୍ରପାତରେ ବିଲରେ ଉଭୟେ ଟଳି ପଡିଥିଲେ । ନିକଟରେ ଥିବା କିଛି ଲୋକ ଉଭୟଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଜରଡ଼ା ପୋଲିସ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରି ଉଭୟ ଶବକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.