ଅନୁଗୁଳ,୧୨/୦୫: ଝଲସିବ ଅନୁଗୁଳର ଐତିହାସିକ କଦମ ପଡିଆ । ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଫ୍ଲଡ ଲାଇଟ୍ ସାଙ୍ଗକୁ ଅନ୍ୟ କ୍ରୀଡା ଭିତ୍ତିଭୂମିର ଅଭିବୃଦ୍ଧି ହେବ । ସୋମବାର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ବିଧାୟକ ତଥା ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରତାପ ପ୍ରଧାନ ନଡ଼ିଆ ବାଡେଇ ଭିିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପୌରପାଳିକା ଦ୍ଵାରା ଏହି ପ୍ରକଳ୍ପ ସମ୍ପାଦିତ ହେବ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅବଦାଲ ଏମ. ଅଖତର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ ସିଠ, ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା କ୍ରିକେଟ ସଂଘର କର୍ମକର୍ତ୍ତା, କ୍ରୀଡାବିତ ଉପସ୍ଥିତ ଥିଲେ ।