ପ୍ରମୂଖ ଖବର
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପାଣି ପିଇବାକୁ ଯାଇଥିଲେ, ବସରୁ ଲାପଟପ୍ ଚୋରି

Published By : Prameya | May 11, 2025 4:40 PM

ଅନୁଗୁଳ,୧୧/୫: ଅନୁଗୁଳ ନୂଆ ବସଷ୍ଟାଣ୍ଡରେ ଏକ ବସ୍‌ରୁ ଗୋଟିଏ ଲାପଟପ୍ ଚୋରି ହୋଇଯାଇଛି। ଏ ନେଇ ଶିମିଳିପଡ଼ାର ରତିକାନ୍ତ ବାରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ପୋଲିସ୍ ସୂଚନା ମୁତାବକ ରତିକାନ୍ତ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ଗୋଟିଏ ଲାପଟପ୍ ମିଳିଥିଲା । ସେ ଶନିବାର ପୂର୍ବାହ୍ନରେ ଅଫିସ୍ କାମରେ କଟକ ବାହାରିଥିଲେ । ପୂର୍ବାହ୍ନ ୧୦ଟାରେ ନୂଆ ବସଷ୍ଟାଣ୍ଡରେ ପହଞ୍ଚି ଟିକଟ କାଟି ଏକ ଘରୋଇ ବସ୍‌ରେ ବସିଥିଲେ । ବସ୍ ଛାଡ଼ିବା ପୂର୍ବରୁ ସେ ବାହାରକୁ ପାଣି ପିଇବାକୁ ଓହ୍ଲାଇଥିଲେ । ମାତ୍ର ପାଣି ପିଇ ଫେରିଲା ବେଳକୁ ବ୍ୟାଗରେ ଥିବା ଲାପଟପ୍ ଗାଏବ୍ ହୋଇଯାଇଥିଲା । ଖୋଜାଖୋଜି କରି ନିରାଶ ହେବା ପରେ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.