ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ତିଗିରିଆ ଥାନା ଅଞ୍ଚଳରୁ ୨୨୪୦ ଲିଟର ଚୋରା ଦେଶୀ ମଦ ଜବତ

Published By : Prameya | May 12, 2025 10:07 AM

କଟକ, ୧୨/୦୫ : ଘରେ ଘରେ ମଦ ବେପାର। କାଠ ଭାଡ଼ି ତଳେ ଲୁଚାଇ ରଖିଛନ୍ତି ଦେଶୀ ମଦ। ଯେତେ ଖୋଜିଲେ ସେତେ ବାହାରୁଛି। କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଅବାଧରେ ଚାଲିଛି ଦେଶୀ ମଦ କାରବାର। ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି। ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ୬ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। 

ସୂଚନାନୁଯାୟୀ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ଏବେ ଦେଶୀ ମଦର କୁଟୀରେ ଶିଳ୍ପ ପାଲଟିଛି। ଏଠି ଘରେ ଘରେ ମଦ ତିଆରି ହେଉଛି। ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି। ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନି। ଆଜିର ଏହି ଚଢ଼ାଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଆଠଗଡ଼ ଅବକାରୀ ବିଭାଗ।

ଏହି ଖବରଟିକୁ ପଢନ୍ତୁ-ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.