ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କଟକରୁ ମୁର୍ଶିଦାବାଦର ଗଞ୍ଜେଇ ବ୍ୟବସାୟୀ ଗିରଫ, ଗଞ୍ଜେଇ ଜବତ

Published By : Prameya | May 11, 2025 8:42 PM

କଟକ, ୧୧/୫ : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜନୈକ ଯୁବକ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ IIC/RPF କଟକଙ୍କ ତତ୍ତ୍ୱାବଧାନରେ ଗଠିତ RPF ପୋଷ୍ଟ କଟକର ଏକ ଦଳ ଗଞ୍ଜେଇ ପରିବହନ କରୁଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପଚରାଉଚରା କରିବାରୁ ସେ ନିଜ ଅପରାଧ ସ୍ବୀକାର କରିଥିଲା । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୈନୁଦ୍ଦିନ ସେଖ(୪୨)ବୋଲି ଜଣାପଡ଼ିଛି । 

ସୂଚନା ଅନୁସାରେ, ସେ କେରଳରେ ଏକ ପଦାଧିକାରୀ ଭାବରେ କାମ କରୁଥିଲେ। ଏକ ମାସ ପୂର୍ବରୁ କାମରୁ ବିରତି ପାଇଁ ତାଙ୍କ ଜନ୍ମସ୍ଥାନକୁ ଆସିଥିଲେ। ବର୍ତ୍ତମାନ ସେ କେରଳକୁ କାମ ପାଇଁ ଫେରୁଥିଲେ। କଟକରୁ କେରଳ ଯାଉଥିବା ଟ୍ରେନକୁ ଅପେକ୍ଷା କରିବା ସମୟରେ ସେ ଆରପିଏଫ୍ ଦ୍ୱାରା ଧରାପଡ଼ିଥିଲେ। ଉପରୋକ୍ତ ବ୍ୟକ୍ତିଙ୍କ କବଜାରୁ ମୋଟ ୧୦.୯୦୦ କିଲୋଗ୍ରାମ ଚୋରା ସାମଗ୍ରୀ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧,୦୯,୦୦୦ ହେବ ବୋଲି ଜଣାପଡ଼ିଛି । GRPSକଟକ ଗିରଫ ଅଭିଯୁକ୍ତ ବିରୁଦ୍ଧରେ NDPSଆଇନ ଅନୁସାରେ ଏକ ମାମଲା ରୁଜୁ କରିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.