ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ତୃତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ଉଦ୍‌ଘାଟିତ; ଢୋଲ, ନିଶାଣରେ ଦୁଲୁକିଲା ମଞ୍ଚ

Published By : Prameya | May 11, 2025 10:20 PM

ଜହ୍ନ।ପଙ୍କ, ୧୧/୫ : ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ  ଚତୁର୍ଥ  ଗନ୍ଧରାଢ଼ୀ  ଲୋକକଳା  ମହୋସବ ଓ ପଳିଶ୍ରୀ ମେଳା ରବିବାର ସନ୍ଧ୍ୟାରେ  ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଐତିହାସିକ ଗନ୍ଧରାଢ଼ୀ ପୀଠର  ହର, ହରି, ପଶ୍ଚିମ ସୋମନାଥ ଓ ହନୁମାନ  ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଖଣ୍ଡ ଦୀପ ଜଳାଯାଇଥିଲା। ସନ୍ଧ୍ୟାରେ ଜହ୍ନ।ପଙ୍କ ହନୁମାନ ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ, ତ୍ରିବେଣୀ ଛକ, ହାଟପଦା, ଖମାରସାହି, ଚାରିଶମ୍ଭୁ ଦେଇ   ମହୋତ୍ସବ ପଡିଆରେ ପହଂଚି ମଣ୍ଡପ ନିକଟରେ ମଶାଲ ସ୍ଥାପନ କରାଯାଇଥିଲା । 

ଗୀତ, ଶଙ୍ଖବାଦ୍ୟ, ଘଣ୍ଟ, ଢୋଲ, ନିଶାନ, ତାସା ଓ ନାମ ସଂକୀର୍ତ୍ତନର ତାଳେତାଳେ ସ୍ଥାନୀୟ କଳାକାରମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ମହୋସବ ପଡ଼ିଆରେ କମିଟିର ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ୬ନଂ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଯୋଗଦେଇଥିଲେ। 

ପ୍ରଥମେ ଗନ୍ଧରାଢ଼ୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ  ସ୍ୱାଗତ   ସଙ୍ଗୀତ ପରିବେଷଣ କରିଥିଲେ। କମିଟିର ଉପସଭାପତି ମନୋରଞ୍ଜନ ପୁରୋହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଶମ୍ଭୁ  ଗିରି ମହୋତ୍ସବ  ବିବରଣୀ ପାଠ କରିଥିଲେ। ସଭ୍ୟ ମନୋଜ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ତୋଷ କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ରୀଛାତ୍ର ଓ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମ୍ବଲପୁରୀ ନାଚ ଗୀତ, ଢୋଲ, ନିଶାନ, ତାମସାରେ ପୂରା ମଞ୍ଚ ଦୁଲୁକି ଉଠିଥିଲା। ଲୋକ ମହୋତ୍ସବକୁ ସରସ ସୁନ୍ଦର ଆର୍କଷଣୀୟ କରିବାକୁ ମୀନାବଜାର ପଡିଥିବାବେଳେ ଦର୍ଶକ ବୁଲି ବୁଲି  ଖାଦ୍ୟ ଷ୍ଟଲର ମଜ୍ଜା ନେଇଥିଲେ । ସାଂସ୍କୃତିକ ମଞ୍ଚକୁ ଜଗନ୍ନାଥ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ ଓ ସିମରନ ମହାପାତ୍ର   ପରିଚାଳନା କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.