ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

୬୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya | May 12, 2025 2:37 PM

ଭଦ୍ରକ ୧୨/୦୫: ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ। ୨ ଜଣଙ୍କୁ ବାନ୍ଧିଲା ପୋଲିସ। ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ପୁରୁଣାବଜାର ଥାନା ପୋଲିସ।

ସୂଚନା ଅନୁସାରେ, ଏକ ବିଶେଷ ସୂତ୍ରରୁ ଭଦ୍ରକ ପୁରୁଣାବଜ଼ାର ଥାନା ପୋଲିସକୁ ସରିଦାବାଦ ବ୍ରିଜ ଉପରେ ବ୍ରାଉନ ସୁଗାର କାରବାର ହେବାକୁ ନେଇ ସୂଚନା ମିଳିଥିଲା। ଖବର ପାଇ ଭଦ୍ରକ ପୁରୁଣାବଜ଼ାର ଥାନାର ଏକ ଟିମ ସରିଦାବାଦ ବ୍ରିଜ ଉପରେ ପହଞ୍ଚିଥିଲା। ଏକ ମଟର ସାଇକେଲରେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ପୋଲିସ ଅଟକାଇଥିଲା । ତାଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୩୫.୫ ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିଥିଲା।  ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ମଟର ସାଇକେଲକୁ ମଧ୍ୟ ଜବତ କରିଛି । ଏହି ଦୁଇ ଜଣ ଯୁବକ ହେଉଛନ୍ତି ଶଙ୍କରପୁର ଅଞ୍ଚଳର ଏସ.କେ ଦାୟନ ଓ ଫରଜାନ ସାହା (ସାହିଲ)। ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବା ନେଇ ପୋଲିସ ପୁରୁଣାବଜାର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ଦୁଇ ଜଣ ବ୍ୟତୀତ ଆଉ କେଉଁମାନେ ଏହି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ସମ୍ବିତ ମାଝୀ ସୂଚନା ଦେଇଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.