ପାପଡାହାଣ୍ଡି ୧୨/୦୫: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ନଦୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ପୂର୍ଣ୍ଣି ହରିଜନ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ପାତ୍ରଗୁଡା ଗ୍ରାମରେ ପୂର୍ଣ୍ଣି ହରିଜନ (୪୧) ସୋମବାର ୧୨ ଘଣ୍ଟା ସମୟରେ ଟୁରି ନଦୀ ଠାରେ ଗାଧେଇବାକୁ ଯାଇଥିଲେ। ଗାଧେଇବା ସମୟରେ ଅସାବଧାନତା ଯୋଗୁ ପାଣିରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ଦେଖିବା ପରେ ପୂର୍ଣ୍ଣିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାପଡାହାଣ୍ଡି ଥାନା କେସ ନଂ ୦୪/୨୫ ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ତଦନ୍ତ ଅଧିକାରୀ ଏଏସଆଇ ସଞ୍ଜୁଲତା ମେଲେକା ସୂଚନା ଦେଇଛନ୍ତି।