ନୂଆଦିଲ୍ଲୀ,୧୨/୦୫: ଅପରେସନ୍ 'ସିନ୍ଦୂର'କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ଏହାକୁ ନେଇ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଯାଏ ଦେଶର ୩୨ଟି ବିମାନ ବନ୍ଦର ବନ୍ଦ ରହିଥିଲା । ଏବେ ସ୍ଥିତିରେ ସୁଧାର ଆସିବାରୁ ଯୁଦ୍ଧ ଭୟ ଟଳିଛି । ତେଣୁ ପୁଣି ୩୨ ବିମାନ ବନ୍ଦରକୁ ଖୋଲା ଯାଇଛି । ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ନାଗରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତର ଏବଂ ପଶ୍ଚିମ ଭାରତର ୩୨ ବିମାନ ବନ୍ଦର ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା । ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଥିଲା । ମେ ୧୫ ସକାଳ ୫ଟା ୩୦ ଯାଏଁ ଉଡାଣ ରଦ୍ଦ ରହିଥିଲା । ବର୍ତ୍ତମାନ ଯୁଦ୍ଧ ସଙ୍କଟ ଟଳି ଥିବାରୁ ୩୨ ବିମାନ ବନ୍ଦରକୁ ପୁଣି ଖୋଳା ଯାଇଛି । ଅଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସାଲେମର, ଜମ୍ମୁ, ଜାମନଗର, ଜୋଧପୁର, କାଣ୍ଡଲା, କାଙ୍ଗଡା, କେଶୋଦ, କିଶନଗଡ, କୁଲ୍ଲୁ ମନାଲି, ଲେହ, ଲୁଧିୟାନା, ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ, ସରସାୱା, ଶିମଲା, ଶ୍ରୀନଗର, ଥୋଇସ୍, ଉତ୍ତରଲାଇ ବିମାନ ବନ୍ଦର ବନ୍ଦ ହୋଇଥିଲା ।
ଭାରତ-ପାକ୍ ଯୁଦ୍ଧ ସ୍ଥିତି ଯୋଗୁଁ ବିମାନ ବନ୍ଦର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ ଯାତ୍ରୀଙ୍କ ପାଇଁ ସେକେଣ୍ଡାରୀ ଲ୍ୟାଡର ପଏଣ୍ଟ ଚେକ୍ ଅନିବାର୍ଯ୍ୟ କରାଯାଇଛି । ଭିଜିଟର ଏଣ୍ଟ୍ରି ସମ୍ପୂର୍ଣ୍ଣ ଭାବେ ସସପେଣ୍ଡ୍ କରାଯାଇଛି । ଏୟାର ମାର୍ସଲ ନିୟୋଜିତ କରାଯାଇଛି । ଅତି କମ୍ରେ ୩ ଘଣ୍ଟା ଆଗରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଏୟାରଲାଇନ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ।