ସୁରଟ : ଗୁଜରାଟ ପୁଲିସ ୪୦ବର୍ଷିୟ ଜଣେ ବ୍ୟବସାୟୀଙ୍କୁ ସୁରଟରୁ ଗିରଫ କରିଛି, ଯିଏକି ପହଲଗାମ ଆତଙ୍କୀ ହମଲାରେ ଏକ ଆପତ୍ତିଜନକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ କରି ଥିଲେ। ପାକିସ୍ତାନ ପକ୍ଷରୁ ପଠାଯାଇ ଥିବା ଆତଙ୍କବାଦୀମାନେ ୧୧ ଅପ୍ରେଲରେ ପହଲଗାମରେ ହମଲା କରି ୨୬ ଲୋକଙ୍କ ଜୀବନ ନେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେନା 'ଅପରେସନ ସିନ୍ଦୂର' ଚଲାଇଛି।
ଦିପେନ ପରମାର ନାମଙ୍କ ଅଭିଯୁକ୍ତକୁ ରବିବାର ଅମରୋଲି ପୁଲିସ ଗିରଫ କରିଛି। ସେ ଫେସ୍ବୁକ୍ରେ ଏକ ଭିଡ଼ିଓ ଏହା କହିବାର ପୋଷ୍ଟ କରିଛନ୍ତି, ପହଲଗାମ ଆତଙ୍କୀ ହମଲା ପୂର୍ବ ନିୟୋଜିତ ଥିଲା ଏବଂ ଆତଙ୍କବାଦୀଙ୍କ ମୁଖ୍ୟ ଭାରତରେ ରହୁଛି। ଅମରୋଲି ପୁଲିସ କହିଛି କି, ନିଜର ଫେସବୁକ୍ ପେଜ୍ ‘ଜାଗୋ ଇଣ୍ଡିଆ’ରେ ପରମାର ଭିଡ଼ିଓ ପୋଷ୍ଟ କରି ଭିତ୍ତିହୀନ ଓ ବିଭ୍ରାନ୍ତିକର ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ।
ପରମାରଙ୍କ ବିରୋଧରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୭ (୧) (ଡି) ଅନୁସାରେ କେସ୍ ରୁଜୁ କରିଛି, ଯାହାକି ଦେଶର ଏକତା , ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ମିଥ୍ୟା ପ୍ରଚାର ସହ ଜଡ଼ିତ। କେସ୍ ରୁଜୁ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆତଙ୍କବାଦୀମାନେ ୨୨ ଅପ୍ରେଲରେ ଯେଉଁ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ , ଏଥିରେ ଗୁଜରାଟ, ମହାରାଷ୍ଟ୍ର , ବିହାର , ହରିଆଣା , ଓଡିଶା ସମେତ ଦେଶର ଅନେକ ରାଜ୍ୟର ଲୋକ ଥିଲେ। ଜଣେ ନେପାଳୀ ନାଗରିକଙ୍କର ମଧ୍ୟ ହତ୍ୟା କରାଯାଇ ଥିଲା। ଆତଙ୍କବାଦୀମାନେ ଲୋକଙ୍କୁ ଧର୍ମ ପଚାରି ତାଙ୍କୁ ଗୁଳି କରିଥିଲେ। ଅନେକ ଲୋକ ଏଥିରେ ଆହତ ମଧ୍ୟ ହୋଇଥିଲେ। ଭାରତୀୟ ସେନା ହମଲାର ପ୍ରତିଶୋଧ ନେବାକୁ ୭ ମଇରେ ପାକିସ୍ତାନରେ ୯ ଆତଙ୍କବାଦୀ ଠିକଣା ଉପରେ ମିସାଇଲ ମାଡ଼ କରି ,୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରି ଥିଲା।