ମିରଟ : ୟୁପିର ମିରଟ ଜିଲ୍ଲାରେ ହୋଇଥିବା ସୌରଭ ରାଜପୁତ ହତ୍ୟାକାଣ୍ଡ ଘଟଣା। ସୋମବାର ପ୍ରାୟ ହଜାରେ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି ପୁଲିସ। ବହ୍ମପୁରୀ ଥାନା ଅଞ୍ଚଳର ଇନ୍ଦିରାନଗରରେ ରହୁଥିବା ମୁସ୍କାନ ରସ୍ତୋଗୀ ନିଜର ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ନିଜର ସ୍ୱାମୀ ସୌରଭ ରାଜପୁତଙ୍କର ୩ ମାର୍ଚ୍ଚରେ (ଅଭିଯୋଗ ମୁତାବିକ) ହତ୍ୟା କରିଥିଲା। ଦୁହେଁ ମୃତଦେହକୁ ଚାରିଖଣ୍ଡ କରି , ଏକ ଡ୍ରମ୍ରେ ପୂରାଇ ସିମେଣ୍ଟ ଭର୍ତ୍ତି କରି ଦେଇଥିଲେ। ଘଟଣା ପରେ ଦୁହେଁ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ଏହି ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା।
ପୁଲିସ ଅଧିକାରୀମାନେ ନିଜର ଚାର୍ଜସିଟ୍ରେ କହିଛନ୍ତି ଯେ, ସୌରଭ ରାଜପୁତଙ୍କର ହତ୍ୟା ତନ୍ତ୍ରମନ୍ତ୍ର କାରଣରୁ ନୁହେଁ, ବରଂ ପ୍ରେମ ସଂପର୍କରେ ବାଧା ସୃଷ୍ଟି କରିବା କାରଣରୁ କରାଯାଇଛି। ବ୍ରହ୍ମପୁରୀ କ୍ଷେତ୍ରାଧିକାରୀ ଅନ୍ତରୀକ୍ଷ ଜୈନ କହିଛନ୍ତି ଯେ, ଅଭିଯୋଗ ପତ୍ରରେ ହତ୍ୟାର ଷଡ଼ଯନ୍ତ୍ରର ବିବରଣୀ , ସାକ୍ଷ୍ୟ ଓ ପ୍ରାୟ ୩୪ ସାକ୍ଷୀଙ୍କ ବୟାନ ରହିଛି। ମାମଲାର ଯାଞ୍ଚ ବ୍ରହ୍ମପୁରୀ ଥାନା ପ୍ରଭାରୀ ରମାକାନ୍ତ ପଚୌରୀ କରିଛନ୍ତି। ଏହି ଘଟଣାରେ ମୁସ୍କାନ ରସ୍ତୋଗୀକୁ ତାର ପ୍ରେମିକ ସାହିଲ ଶୁକ୍ଲା ସହ ୧୯ ମାର୍ଚ୍ଚରେ ଗିରଫ କରାଯାଇ ଥିଲା।
ଅଧିକାରୀଙ୍କ ମୁତାବିକ , ଅଭିଯୁକ୍ତ ମାନଙ୍କୁ ସରକାରୀ ଓକିଲ ଯୋଗାଇ ଦିଆଯାଇଛି। ଏହି ମଧ୍ୟରେ , ଜେଲ୍ ପ୍ରଶାସନ କହିଛନ୍ତି କି ମୁସ୍କାନ ଗର୍ଭବତୀ ଅଛି ଏବଂ ତାକୁ ମହିଳା ବାରାକ୍ରେ ରଖାଯାଇଛି। ତାର ପରିବାର ଲୋକ ତା ଠାରୁ ଦୂରେଇ ଯାଇଛନ୍ତି ,ସାହିଲକୁ ତାର ବଡ ଭାଇ ଓ ଜେଜେମାଆ ଭେଟିବାକୁ ଆସିଛନ୍ତି। ସୌରଭ ଓ ମୁସ୍କାନଙ୍କ ପ୍ରେମ ବିବାହ ୧୦୧୬ ମସିହାରେ ହୋଇଥିଲା, ଯାହାକୁ ପରିବାର ଲୋକେ ବିରୋଧ କରିଥିଲେ। ୨୦୧୯ରେ ଦୁହିଁଙ୍କର ଏକ ଝିଅ ହୋଇଛି।
ପୁଲିସ ଅନୁସାରେ , ଆର୍ଥିକ ସ୍ଥିତି ବିଗିଡ଼ିବା କାରଣରୁ ସୌରଭଙ୍କର ତାଙ୍କ ପରିବାର ସହ ବିବାଦ ହୋଇଥିଲା ଏବଂ ସେ ଇନ୍ଦିରାନଗରରେ ଆସି ରହିଲେ। ଏହି ସମୟରେ ମୁସ୍କାନ ଓ ସାହିଲଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହେଲା। ସୌରଭ ୨୦୨୧ରେ ତଲାକ୍ ଆବଦେନ ଦାଏର କରିଥିଲେ , କିନ୍ତୁ ଝିଅ କାରଣରୁ ମାମଲାକୁ ଫେରେଇ ନିଆଗଲା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଲା ଏବଂ ୩ ମାର୍ଚ୍ଚରେ ସୌରଭଙ୍କୁ ହତ୍ୟା କରିଦିଆ ଗଲା।