ନୂଆଦିଲ୍ଲୀ,୧୨।୫: ଭାରତ ଓ ପାକିସ୍ତାନ ଭିତରେ ୪ ଦିନର ଉତ୍ତେଜନା ପରେ ଅସ୍ତ୍ରବିରତି ଲାଗୁ ହୋଇଛି। ଦୁଇ ଦେଶର ସେନା ପକ୍ଷରୁ ଏହି ଲଢେଇରେ ହୋଇଥିବା କ୍ଷତି ଓ ଲକ୍ଷ୍ୟକୁ ନେଇ ସମ୍ବାଦିକ ସମ୍ମିଳନୀ ହୋଇଛି। ଭାରତ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସାମରିକ ଅଧିକାରୀ ସମ୍ପୂର୍ଣ୍ଣ ସଠିକ୍ ଓ ତଥ୍ୟମୂଳକ ଭାବରେ ନିଜର କଥା ରଖିଛନ୍ତି। ସେଭଳି ଏହାର ଜବାବରେ ପାକିସ୍ତାନ ପକ୍ଷରୁ କେବଳ ପ୍ରେସ୍ କନଫ୍ରେନ୍ସ କରାଯାଇଛି। ଦୁଇ ଦେଶ ପକ୍ଷରୁ କରାଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ଭାରତର ସାମ୍ବାଦିକ ସମ୍ମିଳନୀକୁ ଭଲ ଓ ତଥ୍ୟାମୂଳକ ବୋଲି କୁହାଯାଉଛି। ସେଭଳି ଅନ୍ୟପକ୍ଷେ ପାକିସ୍ତାନ ସେନାର ପ୍ରେସ୍ କନଫ୍ରେନ୍ସକୁ ନେଇ ପରିହାସ କରାଯାଇଛି।
ଅଷ୍ଟ୍ରେଲିୟାର ନ୍ୟୁଜ ଆଉଟଲେଟ୍ ‘ସ୍କାଇ ନ୍ୟୁଜ୍’ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି। ଦୁଇ ଦେଶର ସାମ୍ବାଦିକ ସମ୍ମିଳନୀ ଭିତରେ ଥିବା ପ୍ରାର୍ଥକ୍ୟକୁ ନେଇ ରିଆକ୍ସନ ଦେଇଛି। ଏହି ଭିଡିଓରେ କୁହାଯାଇଛି କିଭଳି ଭାରତ ପକ୍ଷରୁ କରାଯାଇଥିବା ସମ୍ମାଦିକ ସମ୍ମିଳନୀ ସଠିକ୍ ଭାବରେ ତଥ୍ୟ ଆଧାରିତ ଥିଲା। ଭାରତୀୟ ସେନା ନିଜର ଉଦେଶ୍ୟ ନିଜର ଲକ୍ଷ୍ୟକୁ ପୂର୍ବ ଓ ପର ଫଟୋ, ଏପରିକି ସେ ଆକ୍ରମଣରେ ମୃତ ଆତଙ୍କବାଦୀଙ୍କ ନାଁ ମଧ୍ୟ ସ୍ପଷ୍ଟ କରିଛି। କେବଳ ସେତିକି ନୁହେଁ ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି କିଭଳି ତା’ର ହତିଆର କେବଳ ସଠିକ୍ ସୂଚନା ପରେ ହିଁ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରୁଥିଲା।
ପାକିସ୍ତାନୀ ସେନାର ପ୍ରେସ୍ କନଫ୍ରେନ୍ସ କଥା କହି ‘ସ୍କାଇ ନ୍ୟୁଜ’ କହିଛି, ସେନା ତରଫରୁ କୌଣସି ତଥ୍ୟାମୂଳକ କଥା ଦେଖାଯାଇ ନାହିଁ। ତାଙ୍କର ପୁରା କନଫ୍ରେନ୍ସ କେବଳ ସୋସିଆଲ ମିଡିଆ ଫଟୋ ଏବଂ ମିଛ ଦାବିକୁ ନେଇ ରହିଥିଲା। କେବଳ ସେତିକି ନୁହେଁ ପାକିସ୍ତାନ ପକ୍ଷରୁ ହୋଇଥିବା ପ୍ରେସ୍ କନଫ୍ରେନ୍ସରେ ଭାରତୀୟ ମିଡିଆ ଆଉଟଲେଟସ୍ର କ୍ଲିପକୁ ମଧ୍ୟ କାଟି କାଟିକି ଦେଖାଯାଇଛି। ସେମାନେ ଭୁଲି ଯାଇଥିଲେ ଯେ, ଅସ୍ତ୍ରବିରତି ସମୟରେ ପାକିସ୍ତାନୀ ମିଡିଆର ଆଉଟଲେଟ୍ର ସ୍ଥିତି ମଧ୍ୟ ସେଭଳି ଥିଲା। ଏହି କନଫ୍ରେନ୍ସରେ ଭାରତର ବହୁ ଏୟାରବେସ୍କୁ କ୍ଷତି କରିଥିବା ନେଇ ଦାବି କରିଥିଲା ପାକିସ୍ତାନ। ହେଲେ ପ୍ରମାଣ ଭାବରେ ତାଙ୍କ ପାଖରେ କିଛି ବି ନଥିଲା। ଏହି ଦୁଇ ପ୍ରେସ୍ କନଫ୍ରେନ୍ସ ଦେଖିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ କହିଛି, କହିଛି ଭାରତୀୟ ପ୍ରେସ୍ କନଫ୍ରେନ୍ସ ଆଗରେ ପାକିସ୍ତାନୀ ପ୍ରେସ୍ କନଫ୍ରେନ୍ସ କୌଣସି ସ୍କୁଲର ଫେଲ୍ ହୋଇଯାଇଥିବା ପ୍ରୋଜେକ୍ଟ ଭଳି ବେଲି କହିଛି। ଉଲ୍ଲେଖନୀୟ ଯେ, ପାକିସ୍ତାନର ଏହି ସାମ୍ବାଦିକ ସମ୍ମିଳନୀରେ ଆତଙ୍କୀ ରାଉଫକୁ ମଧ୍ୟ ନିରିହ ମୌଲବୀ ଭାବରେ ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ଏହି ରାଉଫ୍କୁ ଜାତିସଂଘ ଆତଙ୍କୀ ଘୋଷିତ କରି ସାରିଛି।