ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କରାଚୀର ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମି ମଲିର କେଣ୍ଟନମେଣ୍ଟକୁ ଟାର୍ଗେଟ କରିଥିଲା ଭାରତ, ‘ଅପରେସନ୍ ସିନ୍ଦୂର’ରେ ବଡ଼ ଖୁଲସା

Published By : Prameya | May 12, 2025 8:11 PM

ନୂଆଦିଲ୍ଲୀ,୧୨।୫: ପାକିସ୍ତାନୀ ଆତଙ୍କବାଦୀଙ୍କ ହମଲା ପରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ରେ ଭାରତୀୟ ଯବାନ ଦେଖାଇଛନ୍ତି ନିଜର ପରାକ୍ରମ। ବାୟୁସେନାର ଡିଜିଏମ୍‌ଓ ଏୟାର ମାର୍ଶଲ ଏକେ ଭାରତୀ ସୋମବାର କହିଛନ୍ତି, ପାକିସ୍ତାନର ସେନାର ଆକ୍ରମଣ ପରେ ଭାରତୀୟ ସେନା ବହୁ ସ୍ଥାନରେ କରିଥିଲା ଏୟାରଷ୍ଟ୍ରାଇକ୍।  କରାଚୀ ସ୍ଥିତ ମଲିର କେଣ୍ଟନମେଣ୍ଟକୁ ଟାର୍ଗେଟ କରିଥିଲୁ। ଏୟାରଫୋର୍ସ ଏହାର ଡିଫେନ୍ସ ସିଷ୍ଟମ ଉପରେ ଆକ୍ରମଣ କରି ତାକୁ ନଷ୍ଟ କରିଦେଇଥିଲା।

ସାମ୍ମାଦିକ ସମ୍ମିଳନୀରେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ‘କରାଚୀ ସହରରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ମଲିର କ୍ୟାଣ୍ଟନମେଣ୍ଟରେ ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମି ରହିଛି। ସେଠାରେ ଭାରତୀୟ ବାୟୁସେନାର ଆକ୍ରମଣ ଏକ ବ୍ୟାପକ ଅଭିଯାନର ଅଂଶ ଥିଲା। ଯାହାର ଉଦ୍ଦେଶ୍ୟ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଇ-ତୋଇବା ଭଳି ଗୋଷ୍ଠୀ ସହ ଜଡିତ ଆତଙ୍କୀ ଭିତ୍ତିଭୂମିକୁ ଧ୍ୱଂସ କରିବା ।ଯେଉଁମାନେ କି ପହଲଗାମ ଆକ୍ରମଣରେ ସାମିଲ ଥିଲେ। ତାଙ୍କ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଏୟାର ମାର୍ଶଲ କହିଛନ୍ତି, ସରଗୋଧା, ରହିମ ୟାର ଖାନ୍,ଚକଲାଲାରେ ନୂର ଖାନ୍, ସୁକୁର, ଭୋଲାରି ଓ ଜ୍ୟାକୋବାଦର ଏୟାରବେସ୍ ଆମର ପ୍ରମୁଖ ଟାର୍ଗେଟ ଥିଲା। ଏହି ପାକିସ୍ତାନୀ ଏୟାରବେସ୍‌କୁ ଆମେ ପ୍ରବଳ ଭାବରେ କ୍ଷତି ପହଁଞ୍ଚାଇଛୁ। ଆମ ଆକ୍ରମଣରେ ଏହି ଏୟାରବେସ୍‌ର ସଞ୍ଚାର କେନ୍ଦ୍ର, ରାଡାର ସାଇଟ୍, ଜେଟ୍ ହ୍ୟାଙ୍ଗର ଓ ବହୁ ଆଡ୍ଡା ଧ୍ବଂସ ହୋଇଛି। ଏହାଛଡା ଆମର ଆକ୍ରମଣରେ ପାକିସ୍ତାନର ପସରୁର ଚୁନିୟନ ଓ ଆରିଫଭାଲା ମଧ୍ୟ ପ୍ରଭାବିତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.