ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଚାଇନା ମିସାଇଲକୁ ଆମେ ମାରି ଖସାଇ ଦେଇଛୁ, ପାକ୍‌ ଆମର ଡିଫେନ୍ସ ସିଷ୍ଟମ ଭେଦ କରି ପାରିନାହିଁ : IAF

Published By : Prameya | May 12, 2025 4:39 PM

ନୂଆଦିଲ୍ଲୀ : ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ନେଇ ସେନା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ବାୟୁସେନା କହିଛି ଯେ, ୭ ମେ’ରେ 'ଅପରେସନ ସିନ୍ଦୂର' ମାଧ୍ୟମରେ ଆମେ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍‌ କରିଥିଲୁ। ପାକିସ୍ତାନ ପକ୍ଷରୁ କରାଯାଇ ଥିବା କାର୍ଯ୍ୟାନୁଷ୍ଠାନ ଆମକୁ ଜବାବ ଦେବାକୁ ବାଧ୍ୟ କଲା। ପାକିସ୍ତାନ ପକ୍ଷରୁ ଆମ ଉପରେ ଚାଇନା ମିସାଇଲରେ ହମଲା କରାଗଲା , କିନ୍ତୁ ସେସବୁ ଆମର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରି ପାରି ନଥିଲା। ଡିଫେନ୍ସ ସିଷ୍ଟମ ଏହି ମିସାଇଲ ଗୁଡ଼ିକୁ ରାସ୍ତାରେ ହିଁ ନଷ୍ଟ କରି ଦେଲା।

ଏୟାରଫୋର୍ସ ପକ୍ଷରୁ ମିଡ଼ିଆକୁ ସମ୍ୱୋଧିତ କରି ଏୟାର ମାର୍ଶଲ ଭାରତୀ କହିଛନ୍ତି , ଆମେ କେବଳ ଆତଙ୍କୀଙ୍କୁ ଶେଷ କରିବାକୁ ତାଙ୍କର ସ୍ଥାନ ଗୁଡିକ ଉପରେ ହମଲା କରିଥିଲୁ  , କିନ୍ତୁ ପାକିସ୍ତାନୀ ସେନା ଏହାକୁ ନିଜ ଉପରକୁ ନେଇଥିଲା। ଆମର ଉଦ୍ଦେଶ୍ୟ ପାକିସ୍ତାନୀ ସେନା ସହ ଯୁଦ୍ଧ କରିବା ବା ତାଙ୍କର ଠିକଣାକୁ ଟାର୍ଗେଟ କରିବାର ନଥିଲା। ଆମ ପକ୍ଷରୁ ପ୍ରଥମରୁ ବି ଏକଥା ସ୍ପଷ୍ଟ କରିଦିଆ ଯାଇଥିଲା। ହେଲେ ଏହା ପରେ ମଧ୍ୟ ପାକିସ୍ତାନୀ ଆର୍ମି ଆମ ଉପରେ ହମଲା କରିବାକୁ ପ୍ରୟାସ କଲା ,କିନ୍ତୁ ସେ ଆମର ମଲ୍ଟି ଲେୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବାରେ ଅସଫଳ ହୋଇଥିଲା। ଆମର ଏୟାର ଡିଫେନ୍ସ ପାକିସ୍ତାନ ପକ୍ଷରୁ ପଠାଯାଇ ଥିବା ତୁର୍କୀ ଓ ଚାଇନା ଡ୍ରୋନ୍ସ ଓ ରକେଟ୍ସକୁ ଆକାଶରେ ମାରି ଖସାଇ ଦେଇଥିଲା।

ଏୟାର ମାର୍ଶଲ କହିଛନ୍ତି , ଏହାପରେ ଆମ ପକ୍ଷରୁ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ କରାଗଲା, ଯେଉଁଥିରେ ଆମେ ପାକିସ୍ତାନର ନୁର୍‌ ଖାନ ଏୟାରବେସ୍‌କୁ ଧ୍ୱଂସ କରି ଦେଲୁ ଏବଂ ଅନେକ ଏୟାରବେସ୍‌କୁ ବଡ଼ କ୍ଷତି କରିଛୁ। ଆମେ ପାକିସ୍ତାନୀ ଏୟାରଫିଲ୍ଡକୁ ପୂରା ନଷ୍ଟ କରି ଦେଇଛୁ। ଆମ ସେନା ସୀମା ପାର୍‌ ନହୋଇ ବି ନିଜ କାମ ପୂରା କରି ପାରିଛି। ପାକିସ୍ତାନର ଯାହା ବି କ୍ଷତି ହୋଇଛି, ଏଥିପାଇଁ ପାକ୍‌ ସେନା ହିଁ ଦାୟୀ। ଏହି ହମଲା ମାଧ୍ୟମରେ ଆମେ ଦୁନିଆର ଅନେକ ଦେଶକୁ ନିଜର ଶକ୍ତି ଦେଖାଇଛୁ। ଅମେ ପାକିସ୍ତାନକୁ ଏହା ସ୍ପଷ୍ଟ କରିଦେବାକୁ ଚାହୁଁଛୁ କି, ଆମେ ପାକିସ୍ତାନ ଉପରେ ଯେଉଁଠି , ଯେତେବେଳେ ଚାହିଁଲେ ହମଲା କରି ପାରିବୁ।

ଏୟାର ମାର୍ଶଲ ଭାରତୀ କହିଛନ୍ତି ଯେ, ଆମର ସବୁ ଅସ୍ତ୍ରଶସ୍ତ୍ର ଆମର ଫାଇଟର ବିମାନ ପୂରା ସଠିକ୍‌ ସ୍ଥିତିରେ ଅଛି ଏବଂ ଶତ୍ରୁର ସାମନା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ।

ଆପଣଙ୍କୁ କହି ରଖୁଛୁ କି , ଭାରତୀୟ ସେନା ପକ୍ଷରୁ ରବିବାର ପାକିସ୍ତାନର ମିଛର ପୋଲ୍‌ ଖୋଲି ଥିଲା। ସେନା ସୂଚନା ଦେଇ କହିଥିଲା କି, 'ଅପରେସନ ସିନ୍ଦୂର' ମାଧ୍ୟମରେ ଆମର ଯାହା ବି ଲକ୍ଷ୍ୟ ଥିଲା , ସେସବୁକୁ ସଂପୂର୍ଣ୍ଣ ରୂପେ ହାସଲ କରିନିଆ ଯାଇଥିଲା। ଏହାପରେ ହୋଇଥିବା ପାକିସ୍ତାନୀ କାର୍ଯ୍ୟାନୁଷ୍ଠାନର ଆମେ ଅନେକ ଗୁଣା ଅଧିକ ଦୃଢ ଜବାବ ଦେଇଛୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.