କେନ୍ଦୁଝର ସଦର୧୨/୫: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାରବେଲଦା ସନ୍ତୋଷି ମା ଆଞ୍ଚଳିକ ହାଇସ୍କୁଲ୍ ଖେଳ ପଡିଆ ଠାରେ ୧୫ ଦିନିଆ ତୀରନ୍ଦାଜ (ଧନୁତୀର) ପ୍ରଶିକ୍ଷଣ ଶିବିର ରବିବାର ଉଦଘାଟିତ ହୋଇଯାଇଛି । ଟାଟାଷ୍ଟିଲ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହି ଶିବିର ଆୟୋଜିତ ହେଉଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ଓଡ଼ିଶା ଶାଖାର ମୁଖ୍ୟ କ୍ରୀଡ଼ା ଅଧିକାରୀ ରାଜୀବ ସେଠ୍ ଯୋଗ ଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି। ଏଥିରେ ବିକାଶ ଉପାଧ୍ୟାୟ, ଆରୀୟନ ଶୋ, ଅବସର ପ୍ରାପ୍ତ ଭାରତୀୟ ସେନା ସୁମୁରାୟ କୁଦାଦା କୋଚ୍ ଭାବେ ତୀରନ୍ଦାଜର ପ୍ରଶିକ୍ଷଣ ଦେଉଛନ୍ତି । ଏହି ଶିବିରରେ ଓଡ଼ିଶାର ୩୦ ଜିଲ୍ଲାରୁ ଉତ୍ତୀର୍ଣ୍ଣ ହୋଇ ୪୦ ଜଣ ଖେଳାଳିଙ୍କୁ ଉଚ୍ଚ ସ୍ତରୀୟ ତାଲିମ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ଆସନ୍ତା ୨୫ ତାରିଖ ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।