ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କୁନି ବୟସରେ ମହତ କାମ... କିଡନୀ ଦାନ କରି ୨ ଜଣଙ୍କୁ ନୂଆ ଜୀବନ ଦେଲେ ସୋସ୍ରି ଆୟାନ

Published By : Prameya | May 12, 2025 1:29 PM

ଭୁବନେଶ୍ଵର, ୧୨/୦୫ : ସାନ ସିନା ଦାନ ତା ମହାନ। କିଡନୀ ଦାନ କରି ମାତ୍ର ୬ ବର୍ଷ ବୟସରେ ୨ ଜଣଙ୍କୁ ନୂଆ ଜୀବନ ଦେଲେ ବାରିପଦାର ସୋସ୍ରି ଆୟାନ ପାତ୍ର। ଡେରିରେ କଥା କହି ଚାଲି ଶିଖିଥିବା ଆୟାନ ଅତି କମ୍ ବୟସରୁ ଆଖି ବୁଜିଛନ୍ତି। ତାଙ୍କର ଅକାଳ ବିୟୋଗରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛି।

ସୂଚନାନୁଯାୟୀ, ବାରିପଦାର ସୋସ୍ରି ଆୟାନ ପାତ୍ର ଗତ ୮ ତାରିଖରେ ସାଙ୍ଗଙ୍କ ସହ ଖେଳି ଘରକୁ ଫେରୁଥିଲେ। ହଠାତ୍ ଘର ଆଗରେ ଥିବା ଅଢେଇ କ୍ଵିଣ୍ଟାଲର ସ୍ଲାଇଡ୍ ଗେଟ୍ ତାଙ୍କ ଉପରେ ଖସି ପଡିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରିପଦା ପରେ ସମ୍ ହସ୍ପିଟାଲ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସା ସତ୍ତ୍ଵେ ଆୟାନର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ପୁଅର ବଞ୍ଚିବା ଆଶା କ୍ଷୀଣ ଥିବାରୁ ବ୍ରେନ୍ ଡେଡ୍ ଟେଷ୍ଟ କରାଯାଇଥିଲା। ଏହାପରେ ଆୟାନର ବାପା-ମା ସ୍ଵଇଛାରେ ତାର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ପିଲାଟିର କିଡନୀ ଦୁଇଟି ଦାନ କରାଯାଇଛି। ପୁଅର ସମସ୍ତ ଅଙ୍ଗ ଦାନ କରିବାକୁ ଚାହୁଁଥିଲେ ବି ପରିସ୍ଥିତି ଅନୁଯାୟୀ କେବଳ ଦୁଇଟି କିଡନୀ ଦାନ କରାଯାଇଛି। ଏମ୍ସର ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଓ ସମ୍ ଅଲ୍ଟିମେଟ୍ ହସ୍ପିଟାଲର ଡାକ୍ତରଙ୍କ ସହାୟତାରେ ଦାନ କରାଯାଇଛି। ଗୋଟିଏ କିଡନୀ ଏମ୍ସକୁ ଯାଇଥିବା ବେଳେ ଅନ୍ୟଟି ଆଉ ଏକ ଘୋରୋଇ ହସ୍ପିଟାଲକୁ ଯାଇଛି। ସମ୍ ଅଲଟିମେଟ ପାଇଁ ଅଙ୍ଗ ଦାନ କ୍ଷେତ୍ରରେ ଏହା ହେଉଛି ଚତୁର୍ଥ ଘଟଣା । 

ଏହି ଖବରଟିକୁ ପଢନ୍ତୁ-ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.