ନୂଆଦିଲ୍ଲୀ,୧୨/୦୫: ଗୁଳିଗୋଳା ବର୍ଷୁଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ଅଞ୍ଚଳ ଥରି ଉଠୁଥିଲା । ଭୟ ଭିତରେ ଦିନ ବିତୁଥିଲା । ଯୁଦ୍ଧ ଆଶଙ୍କା ରହିଥିଲା । ସମସ୍ତେ ବନ୍ଦ ଘରେ ରହୁଥିଲେ । ୭ ଦିନ ପରେ ସବୁ ଶାନ୍ତ ପଡିଛି । ବଜାର ଘାଟ ଖୋଲିଛି । ଲୋକମାନେ ନିଜ ନିଜ କାମରେ ବାହାରିଛନ୍ତି । ସପ୍ତାହ ପରେ ଶାନ୍ତି ଫେରିଛି । ରବିବାର ରାତିରେ ଲୋକ ଶାନ୍ତିରେ ଶୋଇଛନ୍ତି । ସ୍ଥିତି ସ୍ୱଭାବିକ ହୋଇଛି । ଲୋକମାନେ ନର୍ଭୟରେ ଘରୁ ବାହିରିଛନ୍ତି । ଜମ୍ମୁ, ପଞ୍ଜାବର କିଛି ସ୍ଥାନର ଭିଡିଓ ଆସିଛି । ଯେଉଁଥିରେ ସ୍ଥିତି ସ୍ୱାଭାବିକ୍ ରହିଥିବା ଦେଖିବାକୁ ମିଳିଛି । ଏହା ସହିତ ସୀମାରେ ପାକ୍ ସେନା ପଟୁ କୌଣସି ଘଟଣା ଘଟି ନଥିବା କହିଛି ଭାରତୀୟ ସେନା ।
ଅପରେସନ୍ 'ସିନ୍ଦୂର' ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘମାସନ ଆରମ୍ଭ ହୋଇଥିଲା । ମେ ୮ ତାରିଖ ରାତିରୁ ପାକ୍ ସେନା ସୀମାବର୍ତ୍ତୀ ଅଞ୍ଚଳରେ ଫାୟାରିଂ କରିଥିଲା । ଡ୍ରୋନ୍, ମିଜାଇଲ ମାଡ଼ କରିଥିଲା । ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ୍ ଦେଇଥିଲା । ଗତ ଶନିବାର ସନ୍ଧ୍ୟାରେ ଆମେରିକାର ମଧ୍ୟସ୍ଥତାରେ ଭାରତ -ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ହୋଇଥିଲା । ଏହା ପରେ ବି ପାକ୍ ଡ୍ରୋନ୍ ମାଡ କରିଥିଲା । ଭାରତୀୟ ସେନା ମୁହଁତୋଡ ଜବାବ୍ ଦେଇଥିଲା । ଅସ୍ତ୍ରବିରତି ପରେ ମାହୋଲ ଶାନ୍ତ ପଡ଼ିଛି ।
#WATCH | Ferozepur, Punjab: The atmosphere is good and peaceful. Peace should be maintained. War is not a solution..." says a resident of Ferozepur https://t.co/GwzrX2exTE pic.twitter.com/lf9rhu0srU
— ANI (@ANI) May 12, 2025
#WATCH | Punjab: Morning visuals from Ferozepur
— ANI (@ANI) May 12, 2025
As per the Indian Army, "The night remained largely peaceful in Jammu and Kashmir and other areas along the international border. No incident has been reported, marking the first calm night in recent days" pic.twitter.com/9imL7W77z5
ପଞ୍ଜାବ ଫିରୋଜପୁରର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ପରିବେଶ ଶାନ୍ତ ଏବଂ ରହିଛି । ମାହୋଲ ଭଲ ଅଛି । ଶାନ୍ତି ରହିବା ଦରକାର । ଯୁଦ୍ଧ ସମାଧାନ ନୁହେଁ । ଆଲୋଚନା କରି ସମାଧାନର ବାଟ ବାହାର କରିବାରୁ ପଡିବ । ଲୋକଙ୍କର କ୍ଷତି କରି କେହି କେବେ ସଫଳ ହୋଇନାହିଁ ।'' ସେହିପରି ପଠାନକୋଟର ଜଣେ ସ୍ଥାନୀୟ ଲୋକ କହିଛନ୍ତି, ଅସ୍ତ୍ରବିରତି ପରେ ସବୁ କିଛି ଶାନ୍ତିର ସହ ଚାଲିଛି । ଦୋକାନ ବଜାର ଖୋଲିଛି । ସବୁ ଠିକ୍ଠାକ୍ ଅଛି । ଲୋକ ସବୁ ନିଜ ନିଜ କାମରେ ବାହାରିଛନ୍ତି । ଯୁଦ୍ଧରେ ସମସ୍ତଙ୍କର କ୍ଷତି ହୁଏ । ଏହା କେବେ ସମାଧାନର ବାଟ ନୁହେଁ ।''
ଆଜି DGMO ମିିଟିଂ- ଆଜି ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଆଲୋଚନା ହେବ । ଅସ୍ତ୍ରବିରତି ପରେ ଆଜି ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ସ୍ତରୀୟ ଆଲୋଚନା ହେବ । ପୂର୍ବାହ୍ନ ୧୨ଟାରେ ମିଟିଂ ହେବ । ମେ ୧୦ରେ ହୋଇଥିବା ବୈଠକରେ ଉଭୟ ଦେଶ ଅସ୍ତ୍ରବିରତି ସହମତି ଦେଇଥିଲେ । ଏହା ପରଠୁ ସୀମାରେ ଶାନ୍ତ ପରିବେଶ ରହିଛି । ପାକ୍ ପଟୁ କୌଣସି ଗୁଳିଗୋଳା ବର୍ଷଣ ହୋଇନଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।