ନୂଆଦିଲ୍ଲୀ,୧୨।୫: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଉତ୍ସୁକ। ଏସବୁ ମଧ୍ୟରେ, ବିରାଟ କୋହଲି ଆନୁଷ୍ଠାନିକ ଭାବରେ ଆଜି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହାର ତୁରନ୍ତ ପରେ, ତାଙ୍କୁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।
ଏୟାରପୋର୍ଟରେ ବିରାଟ ପାପାରାଜିଙ୍କୁ ଦେଖି ଅଳ୍ପ ହସି ଦେଇଥିଲେ। ଇନ୍ ଷ୍ଟାଗ୍ରାମରେ ଅବସର ଘୋଷଣା କରିବା ସମୟରେ ବିରାଟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ବ୍ୟାଗି ବ୍ଲୁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋତେ ପରୀକ୍ଷା କଲା, ମୋତେ ଗଠନ କଲା ଏବଂ ମୋତେ ଏପରି ଶିକ୍ଷା ଦେଲା ଯାହା ମୁଁ ଜୀବନର ଶେଷ ପର୍ଯ୍ୟନ୍ତ ମୋ ସହିତ ବହନ କରିବି।"
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବିମାନବନ୍ଦରରେ କ୍ୟାମେରା ସାମ୍ନାରେ ପୋଜ୍ ଦେଉଥିବାର ଦେଖାଯାଇଛନ୍ତି। ବିମାନବନ୍ଦରରେ, ବିରାଟ ଧଳା ଟି-ସାର୍ଟ ଏବଂ ବେଜ୍ ଟ୍ରାଉଜରରେ ଏକ କାଜୁଆଲ୍ ଲୁକ୍ ବାଛିଥିଲେ। ସେଭଳି ଅନୁଷ୍କା ଏକ ମଲ୍ଟି-କଲର ସାର୍ଟ ଏବଂ ଜିନ୍ସରେ କୁଲ୍ ଲୁକ୍ସରେ ଥିଲେ।