ନୂଆଦିଲ୍ଲୀ,୧୨।୫: ଆମର ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ଭଲ ଅବସ୍ଥାରେ ଅଛି । ଆବଶ୍ୟକ ହେଲେ ଆମେ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ। ବିଏସଏଫ ମଧ୍ୟ ଅପରେସନ ସିନ୍ଦୂରରେ ପୂର୍ଣ୍ଣ ସମର୍ଥନ କରିଥିଲା। ତିନି ସେନାର ଜଏଣ୍ଟ ପ୍ରେସ କନଫରେନ୍ସରେ ଏଭଳି କିଛି କହିଛନ୍ତି ଏୟାର ମାର୍ଶାଲ ଏ କେ ଭାରତୀ।
ଏୟାର ମାର୍ଶଲ କହିଛନ୍ତି, ଯଦି ଆମେ ତୁର୍କୀ ଡ୍ରୋନ ବିଷୟରେ କଥା ହେବା, ତେବେ ତାହା ଯେକୌଣସି ଡ୍ରୋନ ହେଉ, ଆମେ କାହାକୁ ଜବାବ ଦେବାକୁ ପ୍ରସ୍ତୁତ। ଆମେ ଦେଖାଇଛୁ ଯେ ଆମ ସାମ୍ନାରେ କିଏ ବି ଆସୁ, ଆମେ ସେମାନଙ୍କୁ ଉଚିତ ଜବାବ ଦେବାକୁ ସକ୍ଷମ। ଆମେ ଯେତେବେଳେ ଏବଂ ଯେଉଁଠାରେ ଚାହିଁବୁ ଆକ୍ରମଣ କରିପାରିବା। ଆମକୁ ଅଧିକ କହିବାର ଆବଶ୍ୟକତା ନାହିଁ, ଆମେ ଏହା ବିଶ୍ୱକୁ ଦେଖାଇଛୁ। ସେନାର ପ୍ରେସ୍ ବ୍ରିଫିଂରେ କୁହାଯାଇଛି ପାକିସ୍ତାନରେ ଯେଉଁ ଧ୍ବଂସ ହୋଇଛି, ଏହାର ଦାୟିତ୍ବ ସେନା ନେଇଛି। ଆମେ ଚୀନ୍ର ମିସାଇଲକୁ ମାରିଛୁ। ପାକ୍ ଦ୍ବାରା ଛଡା ଯାଇଥିବା ସବୁ ତୁର୍କୀ ମେଡ୍ ଡ୍ରୋନ୍କୁ ମାରିବାରେ ସଫଳ ହୋଇଛୁ।
ଆମର ଏୟାର ଡିଫେନ୍ସି ସିଷ୍ଯମ ପରୀକ୍ଷାରେ ସଫଳ ହୋଇଛି ଏବଂ ଭଲ ଭାବରେ ତିଷ୍ଠି ରହିଛି। ଆଉ ଏକ ବିଶେଷ କଥା ହେଉଛି ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆକାଶ ସିଷ୍ଟମର ଉତ୍କୃଷ୍ଟ ପ୍ରଦର୍ଶନ। ଗତ ଦଶନ୍ଧି ଧରି ଭାରତ ସରକାରଙ୍କଠାରୁ ମିଳିଥିବା ବଜେଟ୍ ଏବଂ ନୀତିଗତ ସମର୍ଥନ ଯୋଗୁଁ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିକାଶ ଏବଂ କାର୍ଯ୍ୟକ୍ଷମତା ସମ୍ଭବ ହୋଇପାରିଛି।’ ଏୟାର ମାର୍ଶାଲ ଏ.କେ. ଭାରତୀ ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିବା ଟାର୍ଗେଟଗୁଡ଼ିକର ଫଟୋଗ୍ରାଫ ମଧ୍ୟ ଉପସ୍ଥାପନ କରିଥିଲେ।