ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବେଲୁଚିସ୍ତାନର ପ୍ରସିଦ୍ଧ ଶକ୍ତି ପୀଠ ହିଙ୍ଗଲାଜ୍‌ ମାତା ମନ୍ଦିର, ଏଠି ହିନ୍ଦୁ-ମୁସଲମାନ ସମାନ

Published By : Prameya | May 12, 2025 1:49 PM

ଭୁବନେଶ୍ଵର, ୧୨/୦୫ : ଧର୍ମ ଆଧାରରେ ଦେଶ ବିଭାଜନ ହେଲା। ପାକିସ୍ତାନ ଭାରତ ଠାରୁ ଅଲଗା ହେଲା। ହେଲେ ଦେଶ ବିଭାଜନ ପୂର୍ବରୁ ପାକିସ୍ତାନ ଭାରାତର ଅଂଶବିଶେଷ ଥିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଏଣୁ ଅନେକ ହିନ୍ଦୁ ମନ୍ଦିର ସେପଟେ ରହିଗଲା। ହେଲେ ଅବହେଳା କାରଣରୁ ଅନେକ ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ତଥାପି କେତେକ ମନ୍ଦିର ଆଧ୍ୟାତ୍ମିକ ଔଜଲ୍ୟ ସହ ଏବେବି ମୁଣ୍ଡ ଟେକି ରହିଛନ୍ତି। ହିଙ୍ଗଲାଜ୍‌ ମାତା ମନ୍ଦିର ହେଉଛି ଏହାର ଉଦାହରଣ। ଯେଉଁଠାରେ କେବଳ ହିନ୍ଦୁ ନୁହନ୍ତି ମୁସଲମାନମାନେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିରେ ମଥାନତ କରନ୍ତି।

ଭାରତୀୟ ଉପମହାଦେଶର ୫୧ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ହିଙ୍ଗଲାଜ୍ ‌ମାତା ମନ୍ଦିର ଅନ୍ୟତମ। ବେଲୁଚିସ୍ତାନର ଲସବେଲା କସବେ ଇଲାକାରେ କିର୍ଥର ପାହାଡ଼ ଗୁମ୍ଫାରେ ଅବସ୍ଥିତ। ଏଠାରେ ମାତା ସତୀଙ୍କର ମସ୍ତକ ପଡ଼ିଥିଲା। କରାଚୀଠାରୁ ପ୍ରାୟ ଅଢ଼େଇଶହ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିରକୁ ଯିବା ବାଟରେ ରହିଛି ହଜାର ହଜାର ଫୁଟ ଉଚ୍ଚର ପାହାଡ଼। ଧୂସର ମରୁଭୂମି, ଘନ ଜଙ୍ଗଲ ଦେଇ ଯିବାକୁ ପଡ଼େ ମାତାଙ୍କ ମନ୍ଦିର। ବାଟରେ ଜଙ୍ଗଲୀ ପଶୁ, ଡକାୟତ ତଥା ଆତଙ୍କବାଦୀ ଆକ୍ରମଣ ସମ୍ମୁଖୀନ ହେବାର ବି ରହିଛି ଭୟ। ହିଙ୍ଗଲାଜ୍ ମାତାଙ୍କ ଦର୍ଶନ ଲାଗି ଯାତ୍ରା ଅମରନାଥ ଯାତ୍ରାଠାରୁ ବି ଆହୁରି କଠିନ। 

ହିଙ୍ଗଲାଜ୍ ମାତାଙ୍କ ଦର୍ଶନ ଲାଗି ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ନା ପାକିସ୍ତାନ ପୋଲିସ କି ସେନା କେହି ଦିଅନ୍ତିନି ସୁରକ୍ଷା। ଏଣୁ ଶ୍ରଦ୍ଧାଳୁମାନେ ଏକାଠି ଦଳବାନ୍ଧି ନିଜ ହେପାଜତରେ ମାତାଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ପୂର୍ବକାଳରେ ୨ଶହ କିଲୋମିଟର ଯାଏ ପାଦରେ ଚାଲି ଚାଲି ଯାତ୍ରା କରିବାକୁ ହେଉଥିଲା। ଏଣୁ ୨ ରୁ ୩ ମାସ ସମୟ ଲାଗିଯାଉଥିଲା। କିନ୍ତୁ ଚୀନ କରିଡର ନିର୍ମାଣ କରିବା ପରଠାରୁ ଏବେ ଏଠାକୁ ଯିବା ସହଜ ହୋଇଛି। ମାତାଙ୍କ ପୀଠକୁ ଯୁବାକୁ ୫୫ କିଲୋମିଟର ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡୁଛି।  

ହିଙ୍ଗୋଲ ନଦୀ କୂଳରେ ଅବସ୍ଥିତ ହିଙ୍ଗଲାଜ୍‌ ଦେବୀଙ୍କ ମନ୍ଦିର ମୁସଲମାନ ଶ୍ରଦ୍ଧାଳୁମାନଙ୍କ ପାଇଁ ‘ବିବି ନାନୀ ପୀର’, ‘ନାନୀ ମନ୍ଦିର’ ନାମରେ ପରିଚିତ। ଏହି ମନ୍ଦିରର ଯାତ୍ରାକୁ ମୁସଲମାନ ‘ନାନୀ କା ହଜ୍‌’ ବି କହିଥାନ୍ତି । ଅନେକ କଷ୍ଟ ସହି ଯେଉଁମାନେ ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି,ସେମାନଙ୍କର ଦୁଃଖ,ପାପ ଅଚିରେ ଦୂର ହୋଇଯାଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି।


ଏହି ଖବରଟିକୁ ପଢନ୍ତୁ-ଏହି ପଡୋଶୀ ଦେଶକୁ ୪୨୦ କୋଟି ଟଙ୍କାର ଋଣ ଦେଲା ଭାରତ, ଆର୍ଥିକ ସଙ୍କଟର କରିବ ସହାୟତା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.