ନୂଆଦିଲ୍ଲୀ,୧୨/୦୫: ଭାରତୀୟ କ୍ରିକେଟ ଦଳର ହିଟ୍ମ୍ୟାନ ରୋହିତ ଶର୍ମା ଦିନିକିଆରୁ ଅବସର ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସନ୍ନ୍ୟାସ ନେଇଯିବି, ଯଦି ମୁଁ ଦଳକୁ ସାହାଯ୍ୟ କରି ପାରିବିନି । ରୋହିତ ଟି-୨୦ ବିଶ୍ୱକପ ଜିତିବା ପରେ ଟି- ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଥିଲେ । ଗତ ମେ ୭ ତାରିଖରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ଘୋଷଣା କରିଥିଲେ । ଏବେ ସେ କେବଳ ଦିନିକିଆ ଖେଳିବେ ।
ଦିନିକିଆ କ୍ରିକେଟରେ ତାଙ୍କ ଭବିଷ୍ୟତକୁ ନେଉ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି । ଏକ ସାକ୍ଷତକାରରେ ସେ କହିଛନ୍ତି, ''ମୁଁ ଏବେ ଖେଳ ଶେଷ କରିନାହିଁ । ମୁଁ ଜାଣିଛି ମୋତେ କେବେ ଖେଳ ଛାଡିବାକୁ ପଡିବ । ଯେବେ ମୋତେ ଲାଗିବ ମୁଁ ସେତେ ଖେଳ ଛାଡିଦେବି । ଏବେ ଦଳକୁ ସାହାଯ୍ୟ କରୁଛି । ପ୍ରଥମେ ମୁଁ ପ୍ରଥମ ୧୦ ଓଭରରେ ୩୦ ବଲ ଖେଳି ମାତ୍ର ୧୦ ରନ୍ କରୁଥିଲି । ଏବେ ୨୦ବଲ ଖେଳି ୩୦-୪୦ ରନ୍ କାହିଁକି କରିପାରିବି ନାହିଁ ? ଯେଉଁଦିନ ଦ୍ରୁତଗତିରେ ଆଗକୁ ବଢୁଛି ଏକ୍ସିଲିଟର ଦବାଉଛି, ତ ପ୍ରଥମ ୧୦ ଓଭରରେ ୮୦ ରନ୍ କରିବା କିଛି ଭୁଲ ନୁହେଁ । ଏବେ ମୁଁ ଏମିତି ଚାହେଁ । ''
ଅଧିକ ପଢନ୍ତୁ...ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଶର୍ମାଙ୍କ ବଡ଼ ନିଷ୍ପତ୍ତି, ଟେଷ୍ଟ କ୍ରିକେଟରୁ ନେଲେ ସନ୍ନ୍ୟାସ
ରୋହିତ ଆହୁରି କହିଛନ୍ତି, ମୁଁ ଏମିତି କରି ଦେଖାଇଛି । ମୋତେ ଯେଉଁ ରନ୍ କରିବାର ଥିଲା କରିଛି । ଏବେ କ୍ରିକେଟକୁ ଅଲଗା ସ୍ତରରେ ଖେଳିବାକୁ ଚାହେଁ । କୌଣସି ଜିନିଷକୁ ହାଲକାରେ ନେବାକୁ ଚାହୁଁନି । ଏମିତି ଭାବନ୍ତୁନି କି ଏମିତି ହିଁ ଚାଲିବ କି ମୁଁ ୨୦-୩୦ ରନ୍ କରିବି । ଯେବେ ଲାଗିବ ଯାହା ଚାହୁଁଛି ମୈଦାନରେ ମୁଁ ତାହା କରିପାରୁନାହିଁ ତ ଖେଳିବା ବନ୍ଦ କରି ଦେବି । ଏହା ନିଶ୍ଚିନ୍ତ କିନ୍ତୁ ଏବେ ମୁଁ ଯାହା କରୁଛି ତାହା ଟିମ୍କୁ ସାହାଯ୍ୟ କରୁଛି ।''
ରୋହିତ ଶର୍ମା ଭାରତ ପାଇଁ ୨୭୩ ଦିନିକିଆ ମ୍ୟାଚ ଖେଳି ୪୮.୭୬ ହାରାହାରିରେ ୧୧,୧୬୮ ରନ୍ କରିଛନ୍ତି । ରୋହିତ୍ଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଓ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା ।