ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି

Published By : Prameya | May 11, 2025 8:30 AM

କଲମ୍ବୋ,୧୧/୦୫: ଆୟୋଜକ  ଶ୍ରୀଲଙ୍କା, ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା  ଦଳ ମଧ୍ୟରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ  ଦିନିକିଆ ସିରିଜରେ ରବିବାର ଫାଇନାଲ୍‌ ଖେଳାଯିବ । ଟାଇଟଲ ଲଢେଇରେ ଭାରତ ଓ ଶ୍ରୀଲଙ୍କା ସାମ୍ନା ସାମ୍ନି ହେବେ। ରେକର୍ଡ ସବୁ ଭାରତ ପକ୍ଷରେ ରହିଛି । ମାତ୍ର ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଭାରତକୁ  ହରାଇବାର କ୍ଷମତା ମଧ୍ୟ ଶ୍ରୀଲଙ୍କା ନିକଟରେ ରହିଛି । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୩ଟି ଦିନିକିଆ ଖେଳାଯାଇଛି । ଏଥିରୁ ଭାରତ ୩୦ଟି ମ୍ୟାଚ ଜିତିଛି ।  

ଲିଗ୍‌ ରାଉଣ୍ଡର ଏକ ମ୍ୟାଚ୍‌ରେ ଶ୍ରୀଲଙ୍କା ୩ ୱିକେଟ୍‌ରେ ଭାରତକୁ ହରାଇଥିଲା । ନୀଳକ୍ଷିକା ସିଲଭା ୩୩ଟି ବଲ୍‌ରୁ ୫୬ ଓ  ହର୍ଷିତା ସମରବିକ୍ରମା ୫୩ ରନ୍‌ର ଇନିଂସ ଖେଳିଥିଲେ । ନୀଳକ୍ଷିକା ପ୍ଲେୟାର ଅଫ ଦ  ମ୍ୟାଚ୍‌ ବିବେଚିତ ହୋଇଥିଲେ । ଅଧିନାୟିକା ଚାମରୀ ଆଟ୍ଟାପଟୁ ୩ଟି ୱିକେଟ୍‌ ନେବା ସହ ୨୩ ରନ ସଂଗ୍ରହ କରିଥିଲେ । ଗତ ଏସିଆ  କପ୍‌ ଟି-ଟ୍ୱେଣ୍ଟି ଫାଇନାଲ୍‌ରେ ମଧ୍ୟ ଶ୍ରୀଲଙ୍କା  ୮ ୱିକେଟ୍‌ରେ ଭାରତକୁ ହରାଇଥିଲା । ତେଣୁ  ଶ୍ରୀଲଙ୍କାକୁ ହାଲକା ଭାବେ ଗ୍ରହଣ କରିବା  ଭାରତ ପାଇଁ ଭାରି ପଡ଼ିବ ।  

ଭାରତୀୟ ଦଳ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛି । ଜେମିମା ରୋଡ୍ରିଗ୍ସ, ପ୍ରତିକା ରାୱଲ, ରିଚା ଘୋଷ, ସ୍ନେହ ରାଣା, ଦୀପ୍ତି ଶର୍ମା ପ୍ରମୁଖ ଦମ୍‌ଦାର ପ୍ରଦର୍ଶନ ଜାରି  ରଖିଛନ୍ତି । ଶ୍ରୀଲଙ୍କାକୁ ହରାଇବାକୁ ହେଲେ ନୀଳକ୍ଷୀକା, ହର୍ଷିତା ଓ ଚାମରିଙ୍କୁ ସହଳ ଆଉଟ୍‌ କରିବାକୁ ପଡ଼ିବ । ମଧ୍ୟ କ୍ରମରେ ଏମାନେ ଦ୍ରୁତ ରନ ସଂଗ୍ରହ କରୁଛନ୍ତି ।  

ଭାରତର ବୋଲିଂରେ ବିଭିନ୍ନତା  ରହିଛି । ବିଶେଷ କରି କଲମ୍ବୋର ସ୍ପିନରଙ୍କୁ  ସୁହାଉଥିବା ପିଚ୍‌ରେ ସ୍ନେହ ଓ ଦୀପ୍ତି ଘାତକ  ସାବ୍ୟସ୍ତ ହେଉଛନ୍ତି । ତଥାପି ଟସ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିବ । ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.