ନୂଆଦିଲ୍ଲୀ,୧୦।୫: ଭାରତ ଓ ପାକିସ୍ତାନ ବିବାଦ ଭିତରେ ଆଇପିଏଲ୍ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଛି। ବିସିସିଆଇ ସ୍ପଷ୍ଟ ଭାବରେ କହିଛି ଯେତେବେଳେ ଦେଶରେ ଯୁଦ୍ଧ ସ୍ଥିତି ରହିଥାଏ କ୍ରିକେଟ ଭଲ ଲାଗେନି। ତେବେ ଏହା ସତ ଯେ, ଆଇପିଏଲ୍ ସ୍ଥଗିତ ହେବା ଫଳରେ ବଡ଼ ଧରଣର କ୍ଷତି ସହିବାକୁ ପଡିଛି। ଏହି ଝଟକା କେବଳ ବିସିସିଆଇ କିମ୍ବ ଆଇପିଏଲ ନୁହେଁ, ବଂର ଏହା ସହ ଜଡିତ ସବୁ ଲୋକଙ୍କର କ୍ଷତି ହୋଇଛି। ଏଥିରେ ଭେଣ୍ଡର୍ସ,ଆଇପିଏଲ ମ୍ୟାଚ୍ ଥିବା ସହର, ବହୁ ଛୋଟ ବଡ଼ ବେପାରୀ ମଧ୍ୟ ସାମିଲ ଅଛନ୍ତି।
ଉଲ୍ଲେଖନୀୟ ଯେ, ଏବେ ଆଇପିଏଲର ୧୬ ମ୍ୟାଚ୍ ବାକି ଅଛି, ଯେଉଁଥିରେ ୪ଟି ପ୍ଲେ ଅପ୍ ମ୍ୟାଚ୍ ରହିଛି। ତେବେ ଦେଶ ଯେଉଁ ସ୍ଥିତି ଦେଇ ଗତି କରୁଛି, ତ ଆଗରେ କୌଣସି କ୍ଷତିର କିଛି ମୂଲ୍ୟ ନାହିଁ। ଏହାପରେ ବି ଅନୁମାନ କରାଯାଉଛି ଯେ, ଆଇପିଏଲ ଏଭଳି ସ୍ଥଗିତ ହେବାପରେ ବିସିସିଆଇକୁ ପ୍ରତି ମ୍ୟାଚ୍ ପ୍ରତି ପ୍ରାୟ ୧୦୦ ରୁ ୧୨୫ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ।
ଏମିତିବି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ପୁରା ଚେଷ୍ଟା କରୁଛି ଯେ, ଆଇପିଏଲ ଖୁବ୍ ଶୀଘ୍ର ଆରମ୍ଭ ହେବ। ତେବେ ପୁଣିଥରେ ଆରମ୍ଭ ହେବାପରେ ଆଇପିଏଲ କିଭଳି ଭାବରେ ଆଗକୁ ବଢିବ ଏହା ଦେଖିବା ବାକି ରହିଲା। ଏହି କାରଣରୁ ସବୁ ଫ୍ରାଞ୍ଚାଇଜମାନେ ବିଦେଶୀ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ ସଂଖ୍ୟା ଖୁବ୍ ଅଧିକ। ଭାରତ-ପାକିସ୍ତାନ ଭିତରେ ବିବାଦ ବଢିବା ପରେ ସବୁ ବିଦେଶୀ ଖେଳାଳି ଓ ଷ୍ଟାଫ୍ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ତାଙ୍କ ଭିତରୁ ସବୁ ଖେଳାଳି ଓ ଅନ୍ୟ ସପୋର୍ଟ ଷ୍ଟାଫ୍ଙ୍କୁ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଖୁବ୍ ଅଧିକ ଭରସା ରହିଛି। ଏଭଳି ସ୍ଥିତିରେ ଯଦି ନ୍ୟାସନାଲ ଡ୍ୟୁଟି ନଆସେ ତେବେ ସେମାନେ ଆଇପିଏଲର ବାକି ମ୍ୟାଚ୍ ପାଇଁ ଭାରତ ଫେରିବାକୁ ଚାହିଁବେ। ତା ଛଡା ଆହୁରି ଆଶଙ୍କା ରହିଛି ଯଦି ସ୍ଥିତି ନିୟନ୍ତ୍ରଣରେ ନରହେ , ଆଇପିଏଲ ୨୦୨୫ ସମ୍ପୂର୍ଣ୍ଣ ଭାବରେ ରଦ୍ଦ ହୋଇଯାଏ ତେବେ କ’ଣ ହେବ ? ଏଭଳି ସ୍ଥିତି ଅନୁମାନ କରାଯାଉଛି ଯେ, ଆୟୋଜକ ପ୍ରସାରକଙ୍କୁ ଅନୁମାନିତ ୫,୫୦୦ କୋଟି ଟଙ୍କାର ବିଜ୍ଞାପନ ରାଜସ୍ବର ଏକ ତୃତୀୟାଶରଂ ଅଧିକ ଛାଡିବାକୁ ହେବ। ସମସ୍ତ ୧୦ ଫ୍ରାଞ୍ଚାଇଜ ଉପରେ ଏହାର ପ୍ରଭାବ ପଡିବ।