ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ

Published By : Prameya | May 9, 2025 9:56 AM

ନୂଆଦିଲ୍ଲୀ,୦୯/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଥିବାବେଳେ ସୁରକ୍ଷା କାରଣରୁ ଗତକାଲି ଧର୍ମାଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍‌ସ ଓ  ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ୧୦.୧ ଓଭର ପରେ  ସ୍ଥଗିତ ଘୋଷଣା କରାଯାଇଥିଲା । ଏହାପରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ଜରୁରୀ ବୈଠକ  ବସିଥିଲା । ବୈଠକ ପରେ କୌଣସି ପ୍ରେସ ବିଜ୍ଞପ୍ତି  ଆଇପିଏଲ ପକ୍ଷରୁ ଜାରି କରାଯାଇ ନାହିଁ । କିନ୍ତୁ  ଯାହା ସୂଚନା ମିଳିଛି, ସୁରକ୍ଷା ଦୃଷ୍ଟିରୁ ବିଦେଶୀ  ଖେଳାଳିମାନଙ୍କୁ ତୁରନ୍ତ ସ୍ୱଦେଶ ବାହୁଡ଼ି  ଯିବା ନେଇ ବିସିସିଆଇ ବ୍ୟବସ୍ଥା କରିବ ।  ଆଜି ବିସିସିଆଇ ପକ୍ଷରୁ  ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା  ହୋଇପାରେ । ଟୁର୍ଣ୍ଣାମେଣ୍ଟ ଏଇଠୁ ସ୍ଥଗିତ ରହିବ  ନା’ ଭେନ୍ୟୁ ପରିବର୍ତ୍ତନ କରି ଖେଳ ଜାରି ରହିବ  ସେ ବିଷୟରେ ନିଷ୍ପତ୍ତି ହେବ । 

ଧର୍ମଶାଳାରେ ଗୁରୁବାର ମ୍ୟାଚ୍‌ ଚାଲିଥିବା ସମୟରେ  ପାକିସ୍ତାନ ଜମ୍ମୁ-କାଶ୍ମୀର ସୀମାରେ ମିସାଇଲ ମାଡ଼ କରିଥିଲା । ପଠାନକୋଟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ସେଠାରୁ ଧର୍ମଶାଳା ୬୨ରୁ ୮୦ କି.ମି ଦୂର ।  ଷ୍ଟାଡିୟମରେ ଦର୍ଶକ ଶବ୍ଦ ଶୁଣି ଥିବା ଗଣମାଧ୍ୟମକୁ  କହିଥିଲେ । ବର୍ଷା ଯୋଗୁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମ ଇନିଂସ ୧୦.୧ ଓଭର  ଖେଳାଯିବା ପରେ ହଠାତ ଷ୍ଟାଡିୟମରେ ଫ୍ଲଡ୍‌ଲାଇଟ୍‌ ବନ୍ଦ କରାଯାଇଥିଲା । ଏହାପରେ କିଛି ସମୟ  ପରେ ଖେଳକୁ ସ୍ଥଗିତ ଘୋଷଣା କରାଯାଇଥିଲା ।  

ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୂମାଲ ତୁରନ୍ତ  ଷ୍ଟାଡିୟମ ଛାଡ଼ି ସୁରକ୍ଷିତ ଭାବେ ପଳାଇ ଯିବାକୁ  ସମସ୍ତ ଦର୍ଶକଙ୍କୁ ଅନୁରୋଧ କରିଥିଲେ । ସେ କହିଛନ୍ତି, ‘ଆଇପିଏଲ ଜାରି ରହିବ । କାରଣ ଏ  ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରଖିବା ନେଇ କେନ୍ଦ୍ର  ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନାହିଁ ।  ଆମେ ପରିସ୍ଥିତିର ଅନୁଧ୍ୟାନ କରୁଛୁ । କେନ୍ଦ୍ର  ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।’ 

ରେଳରେ ଧର୍ମଶାଳାରୁ ଫେରିଲେ ଖେଳାଳି ପଞ୍ଜାବ ଓ ଦିଲ୍ଲୀ ଖେଳାଳିଙ୍କୁ ସ୍ୱତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯୋଗେ ଧର୍ମଶାଳାରୁ ପଠାନକୋଟ ନିଆଯାଇଥିଲା । ଏହାପରେ  ଖେଳାଳିମାନେ ସେଠାରୁ ଦିଲ୍ଲୀ ପଠାଯାଇଛି । ଯୁଦ୍ଧ  ଯୋଗୁ ଏବେ ଆକାଶମାର୍ଗ ବନ୍ଦ ରଖାଯାଇଛି। ତେଣୁ  ବିମାନଚଳାଚଳ ବନ୍ଦ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.