ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

BCCIର ବଡ଼ ନିଷ୍ପତ୍ତି, ଭାରତ-ପାକ୍‌ ଯୁଦ୍ଧ ସ୍ଥିତି ମଧ୍ୟରେ IPL ୨୦୨୫ ଅନିର୍ଦ୍ଧିଷ୍ଟ କାଳ ଯାଏ ସ୍ଥଗିତ

Published By : Prameya | May 9, 2025 12:44 PM

ନୂଆଦିଲ୍ଲୀ, ୯।୫: ବିସିସିଆଇର ବଡ଼ ନିଷ୍ପତ୍ତି । ବନ୍ଦ ହେଲା ଆଇପିଏଲ ୨୦୨୫ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ମଧ୍ୟରେ ଆଇପିଏଲ୍ ୨୦୨୫କୁ ଅନିର୍ଦ୍ଧିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ବଢ଼ୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ(IPL)ରଦ୍ଦ ହୋଇଛି । ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା କାରଣରୁ ବାତିଲ ହେବାର କିଛି ଘଣ୍ଟା ପରେ ଆଇପିଏଲ୍ ମ୍ୟାଚ୍‌କୁ ରଦ୍ଦ କରଯାଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(BCCI) ଏନେଇ ଘୋଷଣା କରିଛି । ଏହା ସହିତ, ବିଦେଶୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ ଏବଂ ବ୍ରଡକାଷ୍ଟ କ୍ରୁଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଫେରାଇବା ପାଇଁ ବିସିସିଆଇ ଏକ ଜରୁରୀ ବୈଠକ ଡାକିଛି । 

କହିରଖୁ କି, ଶୁକ୍ରବାର BCCIର ବୈଠକ ପରେ ବୋର୍ଡ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ ସୁରକ୍ଷା କାରଣରୁ ବାତିଲ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍ ମେ ୮ରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ, ଏହାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ପଞ୍ଜାବ କିଙ୍ଗସ୍ ସେତେବେଳେ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କିଛି ଦିନ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୬ ରାତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା । ଏହାପରେ, ପାକିସ୍ତାନ ମେ ୭ ରାତିରେ ୧୫ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମେ ୮ ତାରିଖରେ, ପାକିସ୍ତାନ ପୁଣି ଥରେ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ବାରମ୍ବାର ପରାସ୍ତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.