ନୂଆଦିଲ୍ଲୀ,୧୦/୦୫: ଦେଶର ସୁରକ୍ଷା ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସରକାର ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ( ପ୍ରାଦେଶିକ ସେନା)ର ସହଯୋଗ ନେବାର ଅଧିକାର ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାମୁଖ୍ୟଙ୍କୁ ଏହି ବିଶେଷ ଶକ୍ତି ପ୍ରଦାନ କରିଛି । ଟେରିଟୋରିଆଲ ଆର୍ମକୁ ସଜାଗ ରହିବାକୁ କୁହାଯାଇଛି । ଏହି କ୍ରମରେ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଏମଏସ୍ ଧୋନୀ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।
ଯୁଦ୍ଧ କରିବେ ଏମଏସ୍ଡି ! ମହେନ୍ଦ୍ର ସିଂହ ଧୋନୀ ଟେରିଟେରାରିଆଲ ଆର୍ମଫୋର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ପାଇଛନ୍ତି । ଏହି ପଦ ମିଳିବା ପରେ ସେ କଶ୍ମୀରରେ ଏକ ସେନା ଅଭିଯାନରେ ସାମିଲ ହୋଇଥିଲେ । ଏବେ କା ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆବଶ୍ୟକ ପଡ଼ିଲେ ଧୋନୀଙ୍କୁ ଯୁଦ୍ଧ ପାଇଁ ଓହ୍ଲାଇବାକୁ ପଡିବ । ଇଣ୍ଡିଆନ ଟେରିଟୋରିଆଲ ଆର୍ମ ଫୋର୍ସ ସେନାର ଏକ ଅଂଶ କିନ୍ତୁ ଏହା ସ୍ୱେଚ୍ଛାକୃତ ଭାବେ କାମ କରେ । ଯେବେ ବି ଯୁଦ୍ଧ ପରିସ୍ଥିତି ଆସେ ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରାଯାଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ଏହି ସେନାର କାମ ।
କଣ ଟେରିଟୋରିଆଲ ଆର୍ମି- ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଟେରିଟୋରିଆଲ ଆର୍ମିର ସହଯୋଗ ନେବାକୁ ସେନାମୁଖ୍ୟଙ୍କୁ ଅଧିକାର ଦିଆଯାଇଛି । ଚଳିତବର୍ଷ ଫେବୃଆରୀ ୧୦ରୁ ୨୦୨୮ ଫେବୃଆରୀ ଯାଏ ୯ ଯାଏ ଏହା ଲାଗୁ ହେବ ବୋଲି କୁହାଯାଇଛି । ଟେରିଟୋରିଆଲ ଆର୍ମି ଏକ ରିଜର୍ଭ ସୈନ୍ୟ ବଳ । ଏହା ସିଧା ମୋର୍ଚ୍ଚା ସମ୍ଭାଳେ ନାହିଁ । ମାତ୍ର ଯୁଦ୍ଧ ପରିସ୍ଥିତି ଆସିଲେ ତାଙ୍କୁ ମୈଦାନକୁ ଓହ୍ଲାଇବାକୁ ପଡିଥାଏ । ଦେଶରେ ୩୨ଟି ଟେରିଟୋରିଆଲ ଆର୍ମି ଇନଫ୍ୟାଣ୍ଟ୍ରି ବାଟାଲିୟନ ମଧ୍ୟରୁ ୧୪ଟିକୁ ମୁତୟନ କରିବାକୁ ନିର୍ଦ୍ଦେଶ ମିଳିଛି । ୧୯୪୯ ମସିହାରେ ଟେରିଟୋରିଆଲ ଆର୍ମି ସ୍ଥାପିତ ହୋଇଥିଲା ।
ଅଧିକ ପଢନ୍ତୁ...Operation Sindoor; ଭାରତ ଆଟାକ୍ରେ ୫ କୁଖ୍ୟାତ ଆତଙ୍କୀ ସଫା, ଦେଖନ୍ତୁ ପୁରା ଲିଷ୍ଟ
ଏଥିରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, କପିଲ ଦେବ, ଶୁଟର ଅଭିନବ ବିନ୍ଦ୍ରା, ଅଭିନେତା ମୋହନଲାଲ, ନାନା ପାଟେକର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, କଂଗ୍ରେସ ନେତା ସଚିନ ପାଇଲଟ, ଅଲମ୍ପିକ ବିଜେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପ୍ରମୁଖ ଟେରିଟୋରିଆଲ ଆର୍ମିରେ କାର୍ଯ୍ୟ କରିଛନ୍ତି । ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ଥିବା ୧୮-୪୨ ବର୍ଷୀୟ ନାଗରିକମାନେ ପ୍ରାଦେଶିକ ସେନାରେ ଭର୍ତ୍ତି ହୋଇପାରିବେ ।