ନୂଆଦିଲ୍ଲୀ,୧୦/୫ : ଭାରତ- ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ବନ୍ଦ ହେବା ପରେ ଏବେ ଆଇପିଏଲ୍ ୨୦୨୫ପୁଣି ଥରେ ଆରମ୍ଭ ହୋଇପାରେ । ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଦେଖି ବସିସିଆଇ ଆଇପିଏଲକୁ ଏକ ସପ୍ତାହ ଲାଗି ବନ୍ଦ କରିଦେଇଥିଲା । କିନ୍ତୁ ଏବେ ଭାରତ- ପାକିସ୍ତାନ ମଧ୍ୟରେ ସିଜଫାୟର ଲାଗିବା ପରେ ଆଶା ଅଛି କି ଆଇପିଏଲକୁ ପୁଣି ଥରେ ଆରମ୍ଭ କରାଯାଇପାରେ ।
ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ ଗୁରୁବାର ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲୁଥିବା ମ୍ୟାଚକୁ ବାତିଲ୍ କରିଦେଇଥିଲେ । ଏହାପଛରେ କାରଣ ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ଉତ୍ତେଜନା ଥିଲା । ବିସିସିଆଇ ଆଗାମୀ ଦିନ ୯ମଇରେ ଆଇପିଏଲ ୨୦୨୫କୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଥିଲା । ଯେଉଁଥିରେ କୁହାଯାଇଥିଲା କି ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଇପିଏଲକୁ ଏକ ସପ୍ତାହ ଲାଗି ବାତିଲ କରାଯାଉଛି । କିନ୍ତୁ ଏବେ ଭାରତ- ପାକିସ୍ତାନ ମଧ୍ୟରେ ଶାନ୍ତି ହେବା ପରେ ଖୁବଶୀଘ୍ର ଆଇପିଏଲ୍ ଆରମ୍ଭ ହୋଇପାରେ ।