ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ

Published By : Harapriya Sethi | May 12, 2025 12:33 PM

ଭୁବନେଶ୍ୱର,୧୨/୦୫: ମେ ୧୨ ତାରିଖ ଅର୍ଥାତ ସୋମବାରଠାରୁ ଭୁବନେଶ୍ୱର ନୂତନ ରେଳଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରୁଛି ୩ ଏକ୍ସପ୍ରେସ୍ ଟ୍ରେନ୍‌ । ଏହି ଟ୍ରେନ୍‌ ଗୁଡ଼ିକ ହେଲା ଭୁବନେଶ୍ଵର-ସିଏସ୍ଏମ୍‌ଟି ମୁମ୍ବାଇ-ଭୁବନେଶ୍ଵର କୋଣାର୍କ ଏକ୍ସପ୍ରେସ (11020/11019), ଭୁବନେଶ୍ୱର - ସିକନ୍ଦରାବାଦ- ଭୁବନେଶ୍ଵର ବିଶାଖା ଏକ୍ସପ୍ରେସ୍ (17015/17016) ଓ ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ଵର ଇଣ୍ଟର୍‌ସିଟି ଏକ୍ସପ୍ରେସ୍ (22819/22820) l

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିଥିବା ଏହି ଟ୍ରେନ୍ ଗୁଡ଼ିକ ଭୁବନେଶ୍ୱର ଉତ୍ତର ଅଂଚଳ ଏବଂ ସଂଲଗ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ବିପୁଳ ଲାଭ ପ୍ରଦାନ କରିବ। ଏହି ଟ୍ରେନଗୁଡ଼ିକ ମଧ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନରେ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ । ଯାହାଫଳରେ ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ମେଡିକାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ, କାରଣ ଭୁବନେଶ୍ୱର ସହରର ଏହି ଅଂଶରେ ଅନେକ ହସ୍ପିଟାଲ ଅବସ୍ଥିତ । ଭୁବନେଶ୍ୱର ନୂଆ ଷ୍ଟେସନରୁ ଏହି ଟ୍ରେନଗୁଡ଼ିକ ଯାତ୍ରା ପ୍ରାରମ୍ଭ କରିବା ସହିତ, ସ୍ଥାନୀୟ ବାସିନ୍ଦାମାନେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଯିବା ଆସିବା ସମସ୍ୟା ଏଡ଼ାଇବା ସହିତ ଏଠାରେ କମ୍ ଭିଡ଼ ଅନୁଭବ କରିବେ।

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ନୂତନ ଷ୍ଟେସନର ପୁନର୍ବିକାଶ ମଧ୍ୟ ପ୍ରସ୍ତାବିତ, ଯାହାର ପ୍ରାଥମିକ ଧ୍ୟାନ ଯାତ୍ରୀ ସୁବିଧା ବୃଦ୍ଧି ଉପରେ ରହିଛି। ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯୋଜନା କରାଯାଉଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ସର୍କୁଲେଟିଂ ବା ଚଳପ୍ରଚଳ କ୍ଷେତ୍ରର ସମ୍ପ୍ରସାରଣ ଏବଂ ଉନ୍ନତିକରଣ, ଅତିରିକ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ଉନ୍ନତ ଯାତ୍ରୀ ସେବା ଓ ପ୍ରତୀକ୍ଷା ପାଇଁ ଆଧୁନିକ ପ୍ରତୀକ୍ଷା କକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ରହିଛି। ଏହାସହ ପୁରୁଣା ପ୍ଲାଟଫର୍ମ ଏବଂ ଏହାର ଆଲୋକୀକରଣର ଉନ୍ନତି, କୋଚ୍ ମାନଙ୍କରେ ପାଣି ଭର୍ତ୍ତି କରିବାର ସୁବିଧା ସ୍ଥାପନ, ସମସ୍ତ ପ୍ଲାଟଫର୍ମରେ ଲିଫ୍ଟର ବ୍ୟବସ୍ଥା ଓ ବର୍ତ୍ତମାନର ଷ୍ଟେସନ କୋଠାର ଉନ୍ନତିକରଣ ଆଦି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.