ଭୁବନେଶ୍ଵର, ୨୮/୦୪ : କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ। ଜଣେ ମୃତ ୪ ଗୁରୁତର। କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ କିଶୋନଗର ଥାନା ଅନ୍ତର୍ଗତ ସୁଶବ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥ କିଶୋନଗର ଥାନା ଅନ୍ତର୍ଗତ ସୁଶବ ଢାବା ନିକଟରେ ଏକ ସ୍କର୍ପିଓ ଏକ କଣ୍ଟେନରକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ସମ୍ବଲପୁର ଜିଲ୍ଲା ସରସରା ଗ୍ରାମର ଲିପସା ପରିଦର୍ଶିନୀ। ସେହିପରି ଗୁରୁତର ୪ ଜଣ ଗୋଟିଏ ପରିବାର। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କିଶୋରନଗର ମେଡିକାଲ ତାପରେ ରେଢାଖୋଲ ମେଡିକାଲକୁ ନିଆଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଏହି ଖବରଟିକୁ ପଢନ୍ତୁ-ବସ୍ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର