ଭୁବନେଶ୍ଵର, ୨୮/୦୪ : ରାଉରକେଲାରେ ପୋଲିସ DG ୱାଇବି ଖୁରାନିଆ। ରାଉରକେଲା SPଙ୍କ କନଫ୍ରେନ୍ସ ହଲରେ ଚାଲିଛି ସମୀକ୍ଷା ବୈଠକ। ଝାଡ଼ଖଣ୍ଡ CRPF ସହ ରାଉରକେଲା, ସୁନ୍ଦରଗଡ଼ ପୋଲିସର ସମୀକ୍ଷା ବୈଠକ ଚାଲିଛି। ମାଓ ଦମନ ପାଇଁ ଦୁଇ ରାଜ୍ୟର ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରାଯାଉଛି ।
ଏହି ବୈଠକରେ ଆଇଜି ଅପରେସନ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଉତ୍ତରାଞ୍ଚଳ ଇଆଇସି, ସୁନ୍ଦରଗଡ଼ ଏସପି , ରାଉରକେଲା ଏସପି , କେନ୍ଦୁଝର ଏସପି , ଏବଂ ଝାଡ଼ଖଣ୍ଡ CRPF କମାଣ୍ଡର ସାମିଲ ଅଛନ୍ତି। ପହଲଗାମ୍ ଆକ୍ରମଣ ପରେ ଦେଶରେ ଯେପରି ସାମ୍ପ୍ରଦାୟିକ ଘଟଣା ନଘଟିବ ସେଥିପ୍ରତି ନଜର ରଖିବା ପାଇଁ ସମୀକ୍ଷା କରାଯାଉଛି।